
ଭଞ୍ଜନଗର (ଓଡ଼ିଶା ଟୁଡେ): ଅଭିନବ ଉପାୟ ରେ ନିଜର ଜନ୍ମଦିନ ପାଳନ କରିଛନ୍ତି ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ ର ବେଲଗୁଣ୍ଠା ସଦସ୍ୟ ଶ୍ରୀମାନ କମଳ ଲୋଚନ ନାୟକ। ସମସ୍ତେ ନିଜ ଜନ୍ମଦିନ ରେ ଭୋଜି ଭାତ ର ଅସର ପାର୍ଟି ଖେଳ ମଜା କରୁଥିବା ବେଳେ ବିପଦର ବନ୍ଧୁ ଅନୁଷ୍ଠାନ ର ସଦସ୍ୟ ମାନଙ୍କ ଉତ୍ସବ କିଛି ଭିନ୍ନ ପ୍ରକାରର ହୋଇଥାଏ ଯାହାକି ଅନାଥ ଆଶ୍ରମ ବୃଦ୍ଧାଶ୍ରମ ଦିବ୍ୟାଙ୍ଗ ଆଶ୍ରମ ରେ ଖାଦ୍ୟ, ପୋଷାକ, ଶୀତବସ୍ତ୍ର ଆଦି ବଣ୍ଟନ କରି ଜନ୍ମଦିନ ପାଳନ କରିଥାନ୍ତି ସଦସ୍ୟ ମାନେ। ଆଜି ସେହିଭଳି କମଲ ନିଜ ଜନ୍ମଦିନ ରେ ଭଞ୍ଜନଗର ଓ ବେଲଗୁଣ୍ଠା ଅଞ୍ଚଳ ରେ ଅସହାୟ ଅବସ୍ଥା ରେ ଏଣେତେଣେ ବୁଲୁଥିବା ଗାଈ, ବାଛୁରୀ, ଷଣ୍ଢ ଏବଂ କୁକୁର ମାନଙ୍କୁ ରୋଷେଇ କରି ଖାଇବାକୁ ଦେଇଛନ୍ତି। ଏଥିରେ ତାଙ୍କୁ ଅନୁଷ୍ଠାନ ର ସଦସ୍ୟ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି।