ଭଞ୍ଜନଗର ସୋରିଷମୁଳିରେ ପାଣି ପଞ୍ଚାୟତ ପକ୍ଷ ପାଳିତ

ଭଞ୍ଜନଗର (ଓଡ଼ିଶା ଟୁଡେ): ଭଞ୍ଜନଗର ଜଳ ସଂପଦ ବିଭାଗ ପକ୍ଷରୁ ରବିବାର ଭଞ୍ଜନଗର ଜଳସେଚନ ବିଭାଜନର ସୋରିଷମୂଳୀ ବ୍ୟାରେଜ୍ ନିକଟରେ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜାନୁଆରୀ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ୍ଷଣ ଯନ୍ତ୍ରୀ ଇଂ.ରବିନ୍ଦ୍ରନାଥ ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କ ପାଇଁ ନିଆଯାଉଥିବା ବିଭିନ୍ନ ଯୋଜନା ବାବଦରେ କହିଥିଲେ । ଏହା ସହ ଭଞ୍ଜନଗର ଉପଖଣ୍ଡ ଅଧିନ ସମସ୍ତ ବ୍ଲକର ଚାଷ ଜମି ଆଗାମୀ ଦିନ‌ରେ କିଭଳି ଜଳସେଚିତ ହୋଇ ପାରିବ ସେନେଇ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କହିଥିଲେ I ମେଗା ଜଳସେଚିତ ପ୍ରକଳ୍ପ ଗୁଡିକୁ ସଜଡାଯିବ I ନଦୀରେ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇ ସବୁ ଜମିକୁ ଜଳସେଚିତ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି l ସରକାରଙ୍କ ବହୁ ଜନହିତକର ଯୋଜନା ସହ ଚାଷୀଙ୍କ ଉନ୍ନତି ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବାବଦରେ ସୋରଡା ବିଧାୟକ ନୀଳମଣୀ ବିଷୋୟୀ ଅଭିଭାଷଣ ପ୍ରଦାନ କରିଥିଲେ I ବିଭିନ୍ନ ସମସ୍ୟା ବାବଦରେ ଇଂ ଶ୍ରୀ ସେଠି ଦୁଇ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଅନିତା ମହାପାତ୍ର, ବାଘୁଆ ପାଣି ପଞ୍ଚାୟତ ସଭାପତି ଜିଙ୍ଗଧର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ I ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀ ଙ୍କ ସମେତ କୃଷି, ଉଦ୍ୟାନ କୃଷି, ମୃତ୍ତିକା ଓ ଜଳସଂପଦ ବିଭାଗର ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *