ଏନସିଆରବିରେ ତିନି ନୂଆ ଫୌଜଦାରୀ ଆଇନର କାର୍ଯ୍ୟାନ୍ୱୟନ ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତା

ନୂଆଦିଲ୍ଲୀ : ପ୍ରଣୟନ ହୋଇଥିବା ତିନି ନୂଆ ଫୌଜଦାରୀ ଆଇନକୁ ନେସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ସହ ଯୋଡାଯିବା ନେଇ ନୂଆଦିଲ୍ଲୀରେ ବସିଥିବା ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିଥିଲେ । ସାରା ଦେଶରେ ସିସିଟିଏନଏସ ୨.୦, ଏନଏଏପଆଇଏସ, କାରାଗାର, କୋର୍ଟ, ପ୍ରୋସିକ୍ୟୁସନ, ଫରେନ୍ସିକ୍ସକୁ ଆଇସିଜେଏସ ସହ ମିଶ୍ରଣ ନେଇ ଏହି ବୈଠକ ବସିଥିଲା । କେନ୍ଦ୍ର ଗୃହ ସଚିବ, ଏନସିଆରବି ନିର୍ଦ୍ଦେଶକଙ୍କ ସମେତ ଗୃହ ମନ୍ତ୍ରଣାଳୟ, ଏନସିଆରବି, ଏନଆଇସିର ବହୁ ବରିଷ୍ଠ ପଦାଧିକାରୀ ଏହି ବୈଠକରେ ଉପସ୍ଥିତ ରହିଥିଲେ ।ଆଇସିଜେଏସ ୨.୦ରେ ନୂଆ ଫୌଜଦାରୀ ଆଇନର କାର୍ଯ୍ୟାନ୍ୱୟନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଏନସିଆରବିକୁ ତାଗିଦ କରିଥିଲେ । ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଇ-ସାକ୍ଷ୍ୟ, ନ୍ୟାୟ ଶ୍ରୁତି, ଇ-ସାଇନ, ଇ-ସମନ୍ସ ବ୍ୟବହାର କରିବା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ଫୌଜଦାରୀ ମାମଲା ରୁଜୁ ହେବାଠାରୁ ଫଇସଲା ହେବା ପର୍ଯ୍ୟନ୍ତ ଅଭିଯୋଗକାରୀଙ୍କୁ ମେସେଜ ଆଲର୍ଟ ଦେବା ନେଇ ଯାନ୍ତ୍ରିକ ବିଦ୍ୟାର ସାହାଯ୍ୟ ନେବାକୁ କେନ୍ଦ୍ରମନ୍ତ୍ରୀ କହିଥିଲେ । ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କ ଯାଏ ଆଲର୍ଟ ମେସେଜ ଦେବାକୁ ମନ୍ତ୍ରୀ କହିଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ଏମଏଚଏ) ଓ ଏନସିଆରବି ପକ୍ଷରୁ ଏକ ଟିମ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ବୁଲି ଏନେଇ ଅଧିକରୁ ଅଧିକ ଯାନ୍ତ୍ରିକ ବିଦ୍ୟାର ସହଯୋଗ ନେବାକୁ ସଚେତନତା ସୃଷ୍ଟି କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ।ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ବିଭିନ୍ନ ପୋଲିସ ଅଧିକାରୀଙ୍କ ସହ ନିୟମିତ ଯୋଗସୂତ୍ର ରକ୍ଷା କରି କ୍ରାଇମ ଓ କ୍ରିମିନାଲ ଟ୍ରାକିଂ ନେଟବର୍କ ଆଣ୍ଡ ସିଷ୍ଟମ୍ସ (ସିସିଟିଏନଏସ) ଓ ଇଂଟର ଅପରେବୁଲ କ୍ରିମିନାଲ ଜଷ୍ଟିସ ସିଷ୍ଟମ (ଆଇସିଜେଏସ)ର ଅଗ୍ରଗତି ନେଇ ସେ ବରାବର ସମ୍ପର୍କରେ ରହିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ଅଜଣା ମୃତଦେହ ଓ ଅଜଣା ବ୍ୟକ୍ତିଙ୍କ ଲାଗି ଖାସକରି ବାୟୋ ମେଟ୍ରିକ ଯାନ୍ତ୍ରିକ ବିଦ୍ୟା ବ୍ୟବହାର କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତଦନ୍ତକାରୀ ଅଧିକାରୀ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଲାଗି ଏନସିଆରବି ପକ୍ଷରୁ ଏକ ଡାଟାବେସ ପ୍ରସ୍ତୁତ କରିବା ଉପରେ ମନ୍ତ୍ରୀ ପ୍ରାଧାନ୍ୟ ଦେଇଛନ୍ତି । ନୂଆ ଫୌଜଦାରୀ ଆଇନ ଓ ନେସନାଲ ଅଟୋମେଟେଡ ଫିଙ୍ଗରପ୍ରିଂଟ ଆଡେଂଟିଫିକେସନ ସିଷ୍ଟମ (ଏନଏଏଫଆଇଏସ)ରେ ଯାନ୍ତ୍ରିକ ବିଦ୍ୟାର ପ୍ରୟୋଗ ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଏନସିଆରବିକୁ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *