
ଭଞ୍ଜନଗର, (ଓଡ଼ିଶା ଟୁଡେ) : ବେଲଗୁଣ୍ଠା ସହରର ମୁଖ୍ୟ ରାସ୍ତା କଡ଼ରେ ଏକ ଲଜ୍ରେ ବେଲଗୁଣ୍ଠା ପୋଲିସ ଚଢ଼ାଉ କରି, ଲଜ୍ ମାଲିକ ସମେତ ୫ ଗ୍ରାହକଙ୍କୁ ଗିରଫ କରିଛି। ଏଥିରେ ସମ୍ପୃକ୍ତ ୩ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି । ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁ ସାରେ, ବେଲଗୁଣ୍ଠା ଥାନା ସବ୍ଇନ୍ସପେକ୍ଟର ନାରାୟଣ ନାୟକଙ୍କ ନେତୃତ୍ୱରେ ବୋଲଗୁଣ୍ଠା ପୋଲିସ ଟିମ୍ ରାତିରେ ପେଟ୍ରୋଲିଂ କରୁଥିବା ବେଳେ, ନିଉ ଲୋକନାଥ ଭବନ ନାମକ ଏକ ଲଜ୍ରେ ଦେହ ବ୍ୟବସାୟ ଚାଲିଥିବାଇସୂଚନା ପାଇଥିଲା। ଖବର ମିଳିବା ପରେ ଉକ୍ତ ଲଜ୍ରେ ରାତି ପ୍ରାୟ ୩ ଟା ସମୟରେ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପୋଲିସ ଲଜରୁ ୩ ଜଣ ଦେହଜିବୀଙ୍କ ସହ ୫ ଗ୍ରାହକଙ୍କୁ ଧରିଥିଲା। ସମସ୍ତ କୋଠରୀରୁ କିଛି ଆପରିଜନକ ସାମଗ୍ରୀ ଜବତ କରିଥିଲା ପୋଲିସ। ପୋଲିସର ସୂଚନା ମୁତାବକ ଉଧାର ହୋଇଥିବା ସମସ୍ତ ଦେହଜି ବୀଙ୍କୁ ସ୍ଵଧାର ଗୃହକୁ ପଠାଯାଇଛି । ଏନେଇ ୫୩୩/ ୨୪ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧୁକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି ।