
ଭଞ୍ଜନଗର (ଓଡ଼ିଶା ଟୁଡେ): ଭଞ୍ଜନଗର ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଭଞ୍ଜନଗର ନଗର ମଣ୍ଡଳ ଓ ମୁଜାଗଡ ମଣ୍ଡଳ ସମେତ ବିଭିନ୍ନ ସ୍ଥାନରେ ପୃଥକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନେକ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ଜନସାଧାରଣ ଏଥିରେ ଯୋଗ ଦେଇଥିଲେ । ପଦଯାତ୍ରା ଭେଜିପୁଟ ଠାରୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପର୍ଯ୍ୟନ୍ତ ହୋଇଥିଲା। ଡାକ୍ତରଖାନାରେ ରୋଗୀଙ୍କୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଫଳ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ନଗର ମଣ୍ଡଳ ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, ମୁଜାଗଡ ମଣ୍ଡଳ ସଭାପତି ଧୋବା ଗୌଡ଼, ନଗର ସାଂସଦ ପ୍ରତିନିଧ ସନ୍ତୋଷ ତିଆଡି, ଶିବ ପ୍ରସାଦ ମହାପାତ୍ର, ସତୀଶ ଗୌଡ଼ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଏହି ଅବସରରେ ବାଜପେୟୀଙ୍କ ସ୍ମୃତି ଚାରଣ କରି ବିଧାୟକ ଶ୍ରୀ ନାୟକ ବାଜପେୟୀ ଜଣେ ଦୂରଦୃଷ୍ଟି ସଂପନ୍ନ ରାଜନେତା ଥିଲେ, ତେଣୁ ଆଜିର ଦିନକୁ ସୁଶାସନ ଦିବସ ପାଳନ କରାଯାଉଛି ବୋଲି ଉପସ୍ଥିତ ଦଳୀୟ କର୍ମୀଙ୍କୁ କହିଥିଲେ।
ସେହିପରି ଜଗନ୍ନାଥପ୍ରସାଦ ବ୍ଳକରେ ଆଜି ବିଜେପି ତରଫରୁ ମଣ୍ଡଳସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତ ବାର୍ଷିକୀ ଅବସରରେ ରାଉତି ପଞ୍ଚାୟତର ନୂଆ ଜିରାବାଡ଼ି ଠାରୁ ପାଲାପଡା ଗ୍ରାମ ଯାଏଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ରାସ୍ତାରେ ପଦଯାତ୍ରା କରାଯାଇଛି। ମଣ୍ଡଳ ସଭାପତି ଅଜିତ କୁମାର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ପଦଯାତ୍ରାରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ମହେନ୍ଦ୍ର କୁମାର ପଣ୍ଡା, ଡ. ତାପସ ରଞ୍ଜନ ପ୍ରଧାନ, ବାସୁଦେବ ନାୟକ, ଆଇନଜୀବୀ ଜନାର୍ଦ୍ଦନ ପ୍ରଧାନ ଓ ଅରୁଣ କୁମାର ବେହେରା, ଶିବାଜୀ ସେଠୀ, ଗୌର ଚନ୍ଦ୍ର ପ୍ରଧାନ, ହିମାଂଶୁ ନାୟକଙ୍କ ସମେତ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ।