ରାସ୍ତାକଡ଼ରେ ପିଙ୍ଗା ଯାଇଛି ସରକାରୀ ଔଷଧ

ଗଞ୍ଜାମ: ଲୋକଙ୍କୁ ସହଜରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ପାଇଁ ସରକାର ମାଗଣା ଚିକିତ୍ସା ସୁବିଧା ସହ ମାଗଣା ଔଷଧ ଯୋଗାଣ ଜାରି ରଖିଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଲୋକଙ୍କୁ ବିନା ଖର୍ଚ୍ଚରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ମାତ୍ର ଏହି ଔଷଧ ଲୋକଙ୍କୁ ପ୍ରଦାନ ବଦଳରେ ରାସ୍ତା କଡ଼ରେ ଫିଙ୍ଗାଯାଉଛି।ଏପରି ଏକ ଦୃଶ୍ୟ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ବିଜୟ ଆଦିଗନ୍ଦପୁର ନିକଟ ରାସ୍ତାକଡ଼ରେ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି। ଏତେ ପରିମାଣର ସରକାରୀ ଔଷଧ ରାସ୍ତାକଡ଼ରେ ପଡ଼ିଥିବା ଘଟଣା ନେଇ ସାଧାରଣରେ ନାନ ପ୍ରକାର ଚର୍ଚ୍ଚା ହେଉଛି ।

ଫିଙ୍ଗା ଯାଇଥିବା ଔଷଧ ମଧ୍ୟରେ ବିଭିନ୍ନ ଟାବଲେଟ ସହିତ କେତେକ ସିରପ୍ ରହିଥିବା ଦେଖିବାକୁ ମିଳିଛି। ବହୁ ଔଷଧର ଏକ୍ସପାରୀ ଡେଟ୍ ସରି ଯାଇଥିବା ବେଳେ ଅନ୍ୟ କେତେକ ଔଷଧର ଏକ୍ସପାରୀ ଡେଟ୍ ସରି ନ ଥିବା କୁହାଯାଉଛି। କିଏ ଏବଂ କାହିଁକି ଏସବୁ ଔଷଧ ଫିଙ୍ଗିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ତେବେ ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *