ଆଠଗଡ଼ରେ ଫିଟ୍‌ ଇଣ୍ଡିଆ ରବିବାର ସାଇକେଲ୍‌ ଶୋଭାଯାତ୍ରା

କଟକ : ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଜାତୀୟ ଉତ୍କର୍ଷ କେନ୍ଦ୍ର ଜଗତପୁର ଏବଂ କଟକ ଆଠଗଡ଼ର ଏକଲବ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ଫିଟ୍‌ ଇଣ୍ଡିଆ ରବିବାର ସାଇକେଲ୍‌ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ଆଠଗଡ଼ ଏକଲବ୍ୟ ଏକାଡେମୀ ଠାରୁ ଆରମ୍ଭ ହୋଇ ଗୋପାଳପୁର ଗ୍ରାମ ଓ ଜାଗିପଡ଼ା ପିଏଚସି ଦେଇ ପୁଣି ପ୍ରାରମ୍ଭ ସ୍ଥାନରେ ଶେଷ ହୋଇଥିଲା । ଏଥିରେ ସ୍ଥାନୀୟ ସ୍କୁଲ ଛାତ୍ରଛାତ୍ରୀ ଓ ଯୁବପିଢ଼ି ଅଂଶଗ୍ରହଣ କରିଥିଲେ । ଏକଲବ୍ୟ ଏକାଡେମୀର ଅଧ୍ୟକ୍ଷ ରସାନନ୍ଦ ରାଉତ, କ୍ରୀଡ଼ା ଶିକ୍ଷକ ପ୍ରମୋଦ କୁମାର ସେଠୀ, କ୍ରୀଡ଼ାବିତ ଦିନେଶ କୁମାର ସାହୁ, ସ୍ୱେଚ୍ଛାସେବୀ ରାକେଶ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଫିଟ୍‌ ଇଣ୍ଡିଆ ରବିବାର ସାଇକେଲ୍‌ ଶୋଭାଯାତ୍ରା ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ସୂଚନାଯୋଗ୍ୟ ‘ଫିଟ୍ ଇଣ୍ଡିଆ ଅଭିଯାନ’ ବ୍ୟାନରରେ ଡିସେମ୍ବର ୧୭ ତାରିଖରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ଦ୍ୱାରା ‘ଫିଟ୍ ଇଣ୍ଡିଆ ସାଇକେଲ ରବିବାର’ ପ୍ରୟାସ ଆରମ୍ଭ ହୋଇଥିଲା ।

Leave a Reply

Your email address will not be published. Required fields are marked *