୩୬୯ରେ ଭାରତ ଅଲ୍ଆଉଟ୍

ମେଲବୋର୍ଣ୍ଣ: ମେଲବୋର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍ ଖେଳାଯାଉଛି। ରବିବାର ମ୍ୟାଚର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ବିପକ୍ଷରେ ଭାରତୀୟ ଦଳ ୧୦ ୱିକେଟ ହରାଇ ୩୬୯ ରନ୍ ସଂଗ୍ରହ କରିଛି। ଏହା ସହିତ ଭାରତୀୟ ଦଳ ଅଷ୍ଟ୍ରେଲିଆଠାରୁ ୧୦୫ ରନ୍ ପଛୁଆ ରହିଛି। ତୃତୀୟ ଦିନ ଶେଷ ସୁଦ୍ଧା ୧୦୫ରେ ଅପରାଜିତ ଥିବା ଭାରତର ନୀତୀଶ କୁମାର ରେଡ୍ଡୀ ଚତୁର୍ଥ ଦିନରେ ୧୧୪ ରନ୍ କରି ପାଭିଲିୟନ ଫେରିଥିଲେ। ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ୫୦ ରନ୍ କରିଛନ୍ତି। ଅପରପକ୍ଷରେ ଜଶସ୍ବୀ ଜୟସ୍ବାଲ ୮୨ ରନ୍, ବିରାଟ କୋହଲି ୩୬ ରନ୍ କରିଛନ୍ତି। ଅଧିନାୟକ ରୋହିତ ଶର୍ମା ପୁଣି ବିଫଳ ହୋଇଛନ୍ତି। ସେ ମାତ୍ର ୩ ରନ୍ କରିଛନ୍ତି ।

ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନରେ ଦଳର ପ୍ରଥମ ଚାରିଜଣ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ସ୍କୋର କରିଥିଲେ। ଦ୍ବିତୀୟ ଦିନ ଶେଷସୁଦ୍ଧା ଭାରତ ପାଇଁ ଜସପ୍ରୀତ ବୁମ୍ରା ଚମତ୍କାର ବୋଲିଂ କରି ସର୍ବାଧିକ ୪ ୱିକେଟ୍ ନେଇଥିଲେ ।

ଦ୍ୱିତୀୟ ଦିନ ଆରମ୍ଭରୁ ଅଷ୍ଟ୍ରେଲିଆ ଦଳ ଚମତ୍କାର ଖେଳି ଅଲ୍ଆଉଟ୍ ହୋଇ ୪୭୪ ରନ୍ ସଂଗ୍ରହ କରିଥିଲା। ଏହାପରେ ଭାରତୀୟ ଦଳ ନିଜର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଦୁଇ ଦଳ ମଧ୍ୟରେ ହୋଇଥିବା ଟେଷ୍ଟ ସିରିଜ୍ ବର୍ତ୍ତମାନ ୧-୧ ସ୍ଥିତିରେ ରହିଛି ।

Leave a Reply

Your email address will not be published. Required fields are marked *