ଆଜି ବି ପୁରୀରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼

ପୁରୀ: ନୂଆବର୍ଷକୁ ସ୍ବାଗତ କରିବାକୁ ପୁରୀରେ ପର୍ଯ୍ୟଟକଙ୍କ ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଛି। ଗତକାଲି ଭଳି ଆଜି ବି ବହୁ ଲୋକଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି। ୨୦୨୫କୁ ସ୍ୱାଗତ କରିବା ପୂର୍ବରୁ ଶ୍ରୀଜିଉଙ୍କ ଆଶୀର୍ବାଦ ନେବାକୁ ଶ୍ରଦ୍ଧାଳୁଙ୍କ ସୁଅ ପୁରୀକୁ ଛୁଟୁଛି। ପ୍ରଶାସନର ଦୀର୍ଘ ପ୍ରସ୍ତୁତି ସତ୍ତ୍ବେ ଅସମ୍ଭାଳ ଭିଡ଼ ହେଉଛି।ପୁରୀ ରାସ୍ତାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଆଜି ଓ ଆସନ୍ତାକାଲି ଆହୁରି ଭିଡ଼ ବଢ଼ିବ। ତେଣୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି। ଆଜି ଓ ଆସନ୍ତାକାଲି କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତ। ଅନ୍ୟ ତିନି ଦ୍ୱାର ଦେଇ ପ୍ରବେଶ ଉପରେ କଟକଣା ରହିଛି।ଏବେ ପୁରୀ ରାସ୍ତାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଆଜି ଓ ଆସନ୍ତାକାଲି ଆହୁରି ଭିଡ଼ ବଢ଼ିବ। ତେଣୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି ।

ଆଜି ଓ ଆସନ୍ତାକାଲି କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତ। ଅନ୍ୟ ତିନି ଦ୍ୱାର ଦେଇ ପ୍ରବେଶ ଉପରେ କଟକଣା ରହିଛି ।ତେବେ ଠାକୁରଙ୍କ ଦର୍ଶନ ପରେ ଶ୍ରଦ୍ଧାଳୁମାନେ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ ବ୍ୟାରିକେଡ କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଆଣ୍ଟି ସ୍ନାଚିଂ ଟିମ୍ ମୁତୟନ ରହିବେ। ସେହିପରି ବେଳାଭୂମୀରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ ସୁପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରିଛି ପୁରୀ ପୁଲିସ ।ଏହାଛଡ଼ା ଆଜି ଓ ଆସନ୍ତାକାଲି ପ୍ରବଳ ଭିଡ଼ ଆଶାଙ୍କାରେ ଟ୍ରାଫିକ କଟକଣା ଜାରି କରାଯାଇଛି। ମାର୍କେଟ ଛକଠାରୁ ଶ୍ରୀମନ୍ଦିର ଓ ବେଳାଭୂମି ଯାଏ କୌଣସି ଚାରି ଚକିଆ ଯାନ ଯାତାୟତ କରିବ ନାହିଁ। ମାର୍କେଟ ଛକଠାରୁ ନୋ ଭେହିକିଲ ଜୋନ ରଖାଯାଇଛି ।

Leave a Reply

Your email address will not be published. Required fields are marked *