ନୂଆ ବର୍ଷର ଉପହାର ଦେଲେ ମୋଦୀ, ଗରିବଙ୍କୁ ମିଳିବ ଆହୁରି ୨କୋଟି ଘର

ନୂଆଦିଲ୍ଲୀ: ଦେଇଥିବା ପ୍ରତିଶ୍ରୁତି ପୂରଣ କଲେ ମୋଦୀ ସରକାର। ଗରିବଙ୍କୁ ନୂତନ ବର୍ଷରେ ଦେଲେ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଗରିବଙ୍କୁ ରହିବା ପାଇଁ ଅଧିକ ୩କୋଟି ଘର ଦେବାକୁ ପ୍ରତିଶ୍ୁତି ଦେଇଥିଲେ। ୨୦୨୪ ଲୋକସଭା ନିର୍ବାଚନ ଇସ୍ତାହାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆଉ ତିନି କୋଟି ଘର ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ସୂଚନା ମୁତାବକ, ୩କୋଟିରୁ ୨କୋଟି ଘର ଗ୍ରାମାଞ୍ଚଳ ଓ ୧କୋଟି ଘର ସହରାଞ୍ଚଳରେ ନିର୍ମାଣ ହେବ । ଏବେ ଏହି ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଉଛି ବ‌ିଜେପି। ଏନେଇ ବର୍ଷ ଆରମ୍ଭରୁ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ସର୍ଭେ ଆରମ୍ଭ ହେବ, ଯାହା ଆସନ୍ତା ତିନି ମାସ ମଧ୍ୟରେ ଅର୍ଥାତ୍ ୩୧ମାର୍ଚ୍ଚ, ୨୦୨୫ସୁଦ୍ଧା ଶେଷ ହେବ ବୋଲି ଜଣାପଡ଼ିଛି। ଡିସେମ୍ବର ୨୭ରେ ଏନେଇ ସମସ୍ତ ରାଜ୍ୟକୁ ଚିଠି ପଠାଯାଇଥିବା ଜଣାଯାଇଛି। ସୂଚନା ମୁତାବକ, ଗ୍ରାମାଞ୍ଚଳ ନେଇ ସର୍ଭେ ଆରମ୍ଭ ହେବାକୁ ଥିବା ବେଳେ ସହରାଞ୍ଚଳ ପାଇଁ ସର୍ଭେ ଆରମ୍ଭ ହୋଇସାରିଛି। ଅତିରିକ୍ତ ତିନି କୋଟି ଘର ନିର୍ମାଣ କାର୍ଯ୍ୟ ମାର୍ଚ୍ଚ ୩୧, ୨୦୨୯ ଭିତରେ ସମାପ୍ତ କରିବାର ଲକ୍ଷ୍ୟ ରଖାଯାଇଛି ।

Leave a Reply

Your email address will not be published. Required fields are marked *