
ଭୁବନେଶ୍ବର: ସରକାରୀ ଚାକିରିଆଙ୍କୁ ଦୁର୍ନୀତି ଗ୍ରାସିଛି। ବିନା ଲାଞ୍ଚରେ କୌଣସି କାମ ହୋଇପାରୁ ନାହିଁ। ଜନସାଧାରଣଙ୍କର ସେବା ପାଇଁ ସରକାର ଲୋକଙ୍କୁ ଚାକିରି ଦେଉଛନ୍ତି। କିନ୍ତୁ ଯେଉଁ ଲୋକମାନେ ଏହି ସରକାରୀ ପଦବିରେ ବସୁଛନ୍ତି ପରିବର୍ତ୍ତୀ ସମୟରେ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ଓଡ଼ିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ ଏହା କହୁଛି। ଭିଜିଲାନ୍ସ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ–୨୦୨୪ ଅନୁସାରେ ରାଜ୍ୟରେ ଚଳିତ ବର୍ଷ ୧୮୧ ସରକାରୀ ବାବୁ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି। ଏଥି ମଧ୍ୟରୁ ୫୦ ଜଣ ହେଉଛନ୍ତି ପ୍ରଥମ ଶ୍ରେଣୀ ଅଧିକାରୀ। ଅନ୍ୟମାନଙ୍କ ମଧ୍ୟରେ ୬ମୁଖ୍ୟଯନ୍ତ୍ରୀ, ୧୯ ଯନ୍ତ୍ରୀ, ୨୨ ରାଜସ୍ୱ ଅଧିକାରୀ, ୯ପୁଲିସ, ୫ଡାକ୍ତର ଓ ୩ବନ ଅଧିକାରୀ ।
କେବଳ ୬୦ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ମିଳିଛି ୧୩୧ କୋଟିର ସମ୍ପତ୍ତି। ୬୦ ଆୟ ବହିର୍ଭୂତ ସଂପତ୍ତି ମାମଲାରେ ୩୮ ଜଣଙ୍କ ପତ୍ନୀ ସହଅଭିଯୁକ୍ତ ରହିଛନ୍ତି। ୧୦୫ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଦଣ୍ଡବିଧାନ ହାର ୫୦ ପ୍ରତିଶତ ରହିଛି। ଦୋଷୀ ସାବ୍ୟସ୍ତ ୨୫ ସରକାରୀ ବାବୁ ଚାକିରିରୁ ବରଖାସ୍ତ ହୋଇଛନ୍ତି ।
ଭିଜିଲାନ୍ସ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ–୨୦୨୪ ଅନୁସାରେ ରାଜ୍ୟରେ ଚଳିତ ବର୍ଷ ୧୮୧ ସରକାରୀ ବାବୁ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି। ଏଥି ମଧ୍ୟରୁ ୫୦ ଜଣ ହେଉଛନ୍ତି ପ୍ରଥମ ଶ୍ରେଣୀ ଅଧିକାରୀ। ଅନ୍ୟମାନଙ୍କ ମଧ୍ୟରେ ୬ମୁଖ୍ୟଯନ୍ତ୍ରୀ, ୧୯ ଯନ୍ତ୍ରୀ, ୨୨ ରାଜସ୍ୱ ଅଧିକାରୀ, ୯ପୁଲିସ, ୫ଡାକ୍ତର ଓ ୩ବନ ଅଧିକାରୀ ।
ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ୪୮୩ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଦୁର୍ନୀତିଗ୍ରସ୍ତ କର୍ମଚାରୀମାନଙ୍କର ୭୯୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଥିଲା। ସେହିପରି ୭୨ଟି ମାମଲାରେ ୧୯୪ଟି କୋଠା ଓ ପ୍ରକଳ୍ପ ଠାବ କରଯାଇଥିଲା ।