ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବ ଇଲେକ୍ଟ୍ରିକ ଡବଲ ଡେକର ବସ୍

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବ ଇଲେକ୍ଟ୍ରିକ ଡବଲ ଡେକର ବସ୍। ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ଆସନ୍ତାକାଲି ଭୁବନେଶ୍ୱରରେ ଦୁଇଟି ଗାଡ଼ି ପହଞ୍ଚିବ। ପରେ ଆଉ ୩ଟି ବସ୍ ମୁମ୍ବାଇରୁ ଆସିବ। ପ୍ରଥମେ ପ୍ରବାସୀ ଭାରତୀୟଙ୍କ ବ୍ୟବହାର ନିମନ୍ତେ ଏହାର ଉପଯୋଗ କରାଯିବ। ପରେ ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଲାଗି ଏହା ଚାଲିବ। ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ଡବଲ ଡେକର୍ ବସ୍ ଗଡ଼ିବ। ପ୍ରଥମେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଆସିଥିବା ଅତିଥିମାନେ ବସିବେ। ଏନେଇ ଏନେଇ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍) ପକ୍ଷରୁ ସୂଚନା ଦିଆଯାଇଥିଲା। ଗେରୁଆ ରଙ୍ଗରେ ତିଆରି ହୋଇଥିବା ଏହି ବସରେ ଓଡ଼ିଶାର କଳା ଓ ସଂସ୍କୃତି ଛାପ ରହିଛି। ବସରେ କୋଣାର୍କ ଚକ, ଧଉଳି ଶାନ୍ତିସ୍ତୁପ, ଗୋଟିପୁଅ ନୃତ୍ୟ ଓ ଅନ୍ୟାନ୍ୟ କଳାକୃତିର ଛାପ ରହିଛି।ସୂଚନାଯୋଗ୍ୟ, କଟକ-ଭୁବନେଶ୍ୱର-ପୁରୀରେ ଇଲେକ୍ଟ୍ରିକ ଡବଲ ଡେକର ବସ୍ ଚଳାଚଳ କରିବ। ୫ଟି ବସ୍ ରାଜ୍ୟ ସରକାର ଆଣିବେ। ମୁମ୍ୱାଇର ଏକ ସଂସ୍ଥା ଏହି ବସ୍ ତିଆରି କରୁଛି ।

ପ୍ରଥମ ପର୍ଯ୍ୟାୟରେ ୨ଟି ବସ୍ ଆସୁଛି। ପରବର୍ତ୍ତୀ ସମୟରେ ଅନ୍ୟ ୩ଟି ବସ୍ ଆସିବ ବୋଲି ଜଣାପଡ଼ିଛି।ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ଡବଲ ଡେକର୍ ବସ୍ ଗଡ଼ିବ। ପ୍ରଥମେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଆସିଥିବା ଅତିଥିମାନେ ବସିବେ। ଏନେଇ ଏନେଇ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍) ପକ୍ଷରୁ ସୂଚନା ଦିଆଯାଇଥିଲା।ଗେରୁଆ ରଙ୍ଗରେ ତିଆରି ହୋଇଥିବା ଏହି ବସରେ ଓଡ଼ିଶାର କଳା ଓ ସଂସ୍କୃତି ଛାପ ରହିଛି। ବସରେ କୋଣାର୍କ ଚକ, ଧଉଳି ଶାନ୍ତିସ୍ତୁପ, ଗୋଟିପୁଅ ନୃତ୍ୟ ଓ ଅନ୍ୟାନ୍ୟ କଳାକୃତିର ଛାପ ରହିଛି।ନିର୍ମାଣ କାର୍ଯ୍ୟ ସରିଥିବା ୨ଟି ଇଲେକ୍ଟ୍ରିକ ଡବଲ ଡେକର ବସ୍ ମୁମ୍ୱାଇରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଲାଣି। ବସ୍ ଦୁଇଟି ଇତି ମଧ୍ୟରେ ୪୦୦ କିମି ଅତିକ୍ରମ କରି ସାରିଲାଣି ।

Leave a Reply

Your email address will not be published. Required fields are marked *