ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଚାରା ପ୍ରଦାନ ଏବଂ ରୋପଣ କରି ନୂଆ ବର୍ଷ ପାଳନ

ଭଂଜନଗର (ଓଡ଼ିଶା ଟୁଡେ): ଆଜି ଭଞ୍ଜନଗର ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ନୂଆ ବର୍ଷ ଉପଲକ୍ଷେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ବ୍ଳକ ଶିକ୍ଷା କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟ କରୁଥିବା ଗୋଷ୍ଠୀ ଶିକ୍ଷାଧିକାରୀ, ବିଆରସିସି, ସହ ଗୋଷ୍ଠୀ ଶିକ୍ଷାଧିକାରୀ, ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ, ଅଫିସ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ପୁଷ୍ପଗୁଚ୍ଛ ବଦଳରେ ଫୁଲ ଗଛ ଚାରା ଉପହାର ଦେଇ ଏବଂ ମିଠା ଖୁଆଇ ପ୍ରତ୍ୟେକେ ପରସ୍ପର କୁ ଶୁଭେଚ୍ଛା, ଶୁଭକାମନା ଓ ଅଭିନନ୍ଦନ ଜଣାଇଥିଲେ । ପରିଶେଷରେ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ, ବିଆରସିସି ଶ୍ରୀ ସୂର୍ଯ୍ୟ ନାଇକ, ଏବିଇଓ ଶ୍ରୀ ଗଜେନ୍ଦ୍ର କୁମାର ସେଠୀ, ଏବିଇଓ ଶ୍ରୀ ଚରଣ ବେହେରା, ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଏବଂ ଅଫିସ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଫୁଲ ବୃକ୍ଷ ଚାରା ରୋପଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କା ଫୁଲ ବୃକ୍ଷ ଚାରା ବଣ୍ଟନ କରି ନୂଆ ବର୍ଷ ପାଳନ କରିଥିଲେ । ପ୍ରକାଶ ଥାଉକି, ଗତ ବର୍ଷ ବୃକ୍ଷ ଚାରା ରୋପଣ, ପରିବେଶ ସୁରକ୍ଷା ଓ ପ୍ରକୃତି ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ଭଞ୍ଜନଗର ବ୍ଳକ ପାଇଁ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୃତି ମିତ୍ର ଏବଂ ବିଜ୍ଞାନ ଶିକ୍ଷକ ତଥା ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କା ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

Leave a Reply

Your email address will not be published. Required fields are marked *