ଭଞ୍ଜନଗର: ବ୍ଲକ କ୍ଲଷ୍ଟର ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ଭଞ୍ଜନଗର: ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହା ବିଦ୍ୟାଳୟ ଠାରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେଥିରେ ବ୍ୟାଟମିଣ୍ଟନ, ଦୌଡ, ଫୁଟବଲ, କବାଡି, ସ୍ଲୋ ସାଇକେଲିଙ୍ଗ ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା । ଖେଳ ରେ ୨୦୦ ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ଅବସରରେ କେ ଏସ ୟୁ ବି କଲେଜ ର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଙ୍କ ସଭାପତିତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନେହେରୁ ଯୁବ କେନ୍ଦ୍ର ର ସ୍ବେଚ୍ଛାସେବୀ ଦୀପ୍ତି ମୟୀ ବେହେରା ପରିଚାଳନା କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ ର ସଦସ୍ୟ ମାନେ ସହଯୋଗ କରିଥିଲେ। ସୂଚନା ପ୍ରକାରେ ପ୍ରତି ବ୍ଲକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଅଛି।

Leave a Reply

Your email address will not be published. Required fields are marked *