ପ୍ରବାସୀ ଖାଇବେ ଓଡ଼ିଆ ଖାଦ୍ୟ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୬ ତାରିଖରେ ଡବଲ ଡେକର ବସ୍ ଲୋକାର୍ପଣ ହେବ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏନେଇ ରାସ୍ତା କାମ, ସଫେଇ ଓ ସାଜସଜ୍ଜା କାମ ନେଇଥିବା ଅଧିକାରୀ ଓ ଏହି ଦାୟିତ୍ବରେ ଥିବା ବିଭାଗୀୟ ସରକାରୀ ଅଧିକାରୀଙ୍କ ସହ ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି।ତୁରନ୍ତ ହମ୍ପସ, ଖାଲ ସ୍ଥାନ, ଅସଜଡା ଜାଗାକୁ ସଜାଡ଼ିବା ଉପରେ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସହରକୁ ସଫା ସହିତ ଏୟାରପୋର୍ଟରୁ ପ୍ରଦର୍ଶନୀ ପଡିଆ ସମେତ ନନ୍ଦନକାନନ ଏବଂ ରାଜଧାନୀର କିଛି ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ।

ପ୍ରବାସୀମାନଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସା ଯିବ। ସେମାନେ ଦେଶୀ ଖାଦ୍ୟର ମଜା ନେବେ। ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ସହ ହେବ ଫୁଡ୍ ଫେଷ୍ଟ ଭଳି ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମ ହେବ ।ନିଜର ପରିପାର୍ଶ୍ଵକୁ ସଫା କରିବା ଲାଗି ରାଜଧାନୀରେ ଥିବା କର୍ପୋରେଟ ସମେତ ବିଭିନ୍ନ ଅଫିସ ଓ ବ୍ୟବସାୟୀଙ୍କ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଅନୁରୋଧ କରିଛନ୍ତି। ୫ଟି ଡବଲ ଡେକର ବସ୍ ଆସି ପହଞ୍ଚିବା ପରେ ୬ରୁ ବସ୍ ଚାଲିବ ।

Leave a Reply

Your email address will not be published. Required fields are marked *