ଆକାଶବାଣୀ କୋକ୍ରାଝରଠାରେ ୧୦ କିଲୋୱIଟ୍ ଏଫଏମ ଟ୍ରାନ୍ସମିଟର ଉଦଘାଟିତ

ନୂଆଦିଲ୍ଲୀ : ଆଜି ଗୌହାଟୀରୁ ଭର୍ଚୁଆଲ୍ ଭାବେ ଆକାଶବାଣୀ କୋକ୍ରାଝରଠାରେ ୧୦ କିଲୋୱାଟ୍ ଏଫ୍ଏମ୍ ଟ୍ରାନ୍ସମିଟର ଉଦଘାଟିତ ହେବା ପରେ ଯୋଗାଯୋଗ ଏବଂ ସାଂସ୍କୃତିକ ସମନ୍ଵୟକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ ହୋଇଛି।ଏହି ସମାରୋହରେ ଆସାମ ରାଜ୍ୟପାଳ ଶ୍ରୀ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।୧୯୯୯ ମସିହାରେ ପ୍ରତିଷ୍ଠା କରାଯାଇଥିବା ଆକାଶବାଣୀ କୋକ୍ରାଝର କେନ୍ଦ୍ର ସ୍ଥାନୀୟ ବିବିଧ ଆଦିବାସୀ ଓ ସମ୍ପ୍ରଦାୟ ଗୋଷ୍ଠୀର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଞ୍ଚ ପାଲଟିଛି । ସ୍ଥାନୀୟ ଭାଷାରେ ଶିକ୍ଷାଗତ, ସୂଚନା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାର କରିବାରେ ଏହି ଷ୍ଟେସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।ପୁରୁଣା ୨୦ କିଲୋୱାଟ୍ ମିଡିୟମ୍ ୱେଭ୍ ଟ୍ରାନ୍ସମିଟରର ସୀମିତ ପରିଧି ଏବଂ ୨୦୧୨ରେ ସ୍ଥାପିତ ହୋଇଥିବା ୧୦୦ ୱାଟ୍ ଏଫଏମ ଟ୍ରାନ୍ସମିଟରର ସୀମିତ ସୀମାକୁ ସ୍ୱୀକାର କରି, ଏହି ଉଚ୍ଚ କ୍ଷମତା ସମ୍ପନ୍ନ ୧୦ କିଲୋୱାଟ୍ ଏଫ୍ଏମ୍ ଟ୍ରାନ୍ସମିଟରର ପ୍ରଚଳନ ଏକ ପରିବର୍ତ୍ତନଶୀଳ ବିକାଶ।ନବନିର୍ମିତ ଟ୍ରାନ୍ସମିଟର ୭୦ କିଲୋମିଟର ବ୍ୟାସାର୍ଦ୍ଧକୁ ଉନ୍ନତମାନର ଏଫ୍ଏମ୍ ପ୍ରସାରଣ ପ୍ରଦାନ କରିବ ଏବଂ କୋକ୍ରାଝର ଏବଂ ନିକଟବର୍ତ୍ତୀ ଜିଲ୍ଲା ଧୁବ୍ରି, ବଙ୍ଗାଇଗାଓଁ ଏବଂ ଚିରାଙ୍ଗର ୩୦ ଲକ୍ଷରୁ ଅଧିକ ବାସିନ୍ଦାଙ୍କ ପାଇଁ ଏହାର ପହଞ୍ଚକୁ ବିସ୍ତାର କରିବ ।

ଏହା ଆକାଶବାଣୀ କୋକ୍ରାଝାର କୃଷକ, ଯୁବକ ଏବଂ ସ୍ଥାନୀୟ ସମୁଦାୟ ସହିତ ଅଧିକ ପ୍ରଭାବଶାଳୀ ଭାବରେ ଯୋଡ଼ି ହେବ ଏବଂ ଏକ ଜାତୀୟ ସାର୍ବଜନୀନ ପ୍ରସାରଣକାରୀ ଭାବରେ ଏହାର ଭୂମିକାକୁ ପୂରଣ କରିବ ।ଆକାଶବାଣୀ କୋକ୍ରାଝର ଏବେ ବୋଡ଼ୋ ଲୋକସଙ୍ଗୀତ, ରାଜବଂଶୀ ଗୀତ ଏବଂ ଅନ୍ୟାନ୍ୟ ଆଦିବାସୀ ସଙ୍ଗୀତକୁ ନେଇ କାର୍ଯ୍ୟକ୍ରମର ପ୍ରସାରଣ ବୃଦ୍ଧି କରି ଏହାର ସାଂସ୍କୃତିକ ସଂରକ୍ଷଣ ପ୍ରୟାସକୁ ସୁଦୃଢ଼ କରିବ ।ବୋଡୋଲ୍ୟାଣ୍ଡ ଟେରିଟୋରିଆଲ କାଉନସିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀ ପ୍ରମୋଦ ବୋରୋ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ଭାବେ ଯୋଗ ଦେଇଥିଲେ। କୋକ୍ରାଝରରେ ଆଞ୍ଚଳିକ ଆକାଶବାଣୀ ରେଡିଓ କେନ୍ଦ୍ରର ଉନ୍ନତିକରଣ ପାଇଁ ବୋଡୋ ଶ୍ରୋତାଙ୍କ ଦୀର୍ଘଦିନର ଅନୁରୋଧ ପୂରଣ କରିଥିବାରୁ ସେ କୋକ୍ରାଝର ଏବଂ ବୋଡୋଲାଣ୍ଡ ପ୍ରାଦେଶିକ କ୍ଷେତ୍ରର ଜନସାଧାରଣଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରି ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଥିଲେ ।ଉଦଘାଟନୀ ଉତ୍ସବରେ ଆକାଶବାଣୀର ମହାନିର୍ଦ୍ଦେଶକ ପ୍ରଜ୍ଞା ପାଲିଓ୍ଵାଲ ଗୌରଙ୍କ ସମେତ ଆକାଶବାଣୀର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *