ଭୁବନେଶ୍ବରରେ ପ୍ରବାସୀ ଭାରତୀୟମାନଙ୍କୁ ଲୋକକଳା ଓ ନୃତ୍ୟ ମାଧ୍ୟମରେ ସ୍ବାଗତ

ଭୁବନେଶ୍ବର (ଓଡ଼ିଶା ଟୁଡେ) : ଆସନ୍ତାକାଲିଠାରୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆରମ୍ଭ ହେଉଥିବାରୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟମାନେ ପହଞ୍ଚିବା ଆରମ୍ଭ କଲେଣି। ପ୍ରବାସୀ ଭାରତୀୟମାନଙ୍କୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ବି ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେମାନଙ୍କୁ ଲୋକକଳା ଓ ନୃତ୍ୟ ମାଧ୍ୟମରେ ସ୍ବାଗତ କରାଯାଉଛି। ଦୁବାଇ, କତାର, ଓମାନ ଭଳି ଜାଗାରୁ ଆସିଥିବା ପ୍ରବାସୀମାନେ ହାତରେ ପଦ୍ମଫୁଲ ନେଇ ପହଞ୍ଚିଛନ୍ତି। ସେମାନେ ପ୍ରତିକ୍ରିୟା ଦେଇ କହିଛନ୍ତି ନିଜ ମାଟିରେ ପହଞ୍ଚି ଖୁସି ଲାଗୁଛି । ଏହା ସହ କଳାହାଣ୍ଡିର ଘୁମୁରା ଓ ଅନ୍ୟାନ୍ୟ ଲୋକ ବାଦ୍ୟର ତାଳେ ତାଳେ ଝୁମିଛନ୍ତି। ଏହାକୁ ନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଖୁବ୍ ଭଲ ପ୍ରସ୍ତୁତି ହୋଇଛି। ଓଡ଼ିଶାର କଳାସଂସ୍କୃତିକୁ ସାରା ବିଶ୍ବରେ ପହଞ୍ଚାଇବା ଲାଗି ସରକାର ପ୍ରୟାସ କରୁଛନ୍ତି। ଓଡ଼ିଶାକୁ ଦୁନିଆଁର ମାନଚିତ୍ରରେ ସ୍ଥାନ ଦେବୁ।ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଭୁବନେଶ୍ବରରେ ପହଞ୍ଚି ସାରିଥିବା ବେଳେ ଆସନ୍ତାକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବେ। ୯ ତାରିଖରେ ସେ ସମ୍ମିଳନୀରେ ସାମିଲ ହେବେ। ସେହିପରି ୧୦ ତାରିଖରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Leave a Reply

Your email address will not be published. Required fields are marked *