ପ୍ରେସ ଲେଖା ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ; କାବୁ କଲା ତାରାସିଙ୍ଗି ପୋଲିସ

ଭଞ୍ଜନଗର (ଅରକ୍ଷିତ ପରିଚ୍ଛା, ଓଡ଼ିଶା ଟୁଡେ): ପ୍ରେସ୍ ଲେଖାଯାଇଥିବା ଏକ କାର୍‌ରେ ଗଂଜେଇ ଚୋରାଚାଲଣ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ତାରାସିଂ ପୋଲିସ ଗାଡ଼ିକୁ ଜବତ କରିଛି । ଏହା ସହ କାର୍ ଭିତରୁ ତିନୋଟି ବସ୍ତାରେ ଥିବା ୫୫ କେଜି ୧୫୪ ଗ୍ରାମ ଗଂଜେଇ ଜବତ କରାଯାଇଥିବା ଥାନା ଅଧିକାରୀ ରେବତୀ ଶବର କହିଛନ୍ତି ।

ସୁଚନାନୁସାରେ, ତାରାସିଂ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ମହିନ୍ଦ୍ରା ଗାଡ଼ିଟି ପହଣ୍ଡା ଛକରୁ ଦଶପଲ୍ଲା ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା । ପୋଲିସ ରୁଢାପଦର ରାସ୍ତାରେ ବିଭିନ୍ନ ଗାଡି ଯାଞ୍ଚ କରୁଥିବା ବେଳେ ଦଶପଲ୍ଲା ଅଭିମୁଖେ ଆସୁଥିବା କାରଟି ୬୦ ମିଟର ଦୂରରେ ଆକସ୍ମିକ ଅଟକି ଯାଇଥିଲା। ପୋଲିସ ଗାଡିକୁ ଦେଖି ଗଞ୍ଜେଇ ମାଫିଆ ସହ ଗାଡି ଚାଳକ ଗାଡି ଭିତରୁ ଡିଆଁମାରି ଜଙ୍ଗଲ ଭିତରକୁ ଦୌଡି ପଳାଇଥିବା ଥାନା ଅଧିକାରୀ କହିଛନ୍ତି । ପୋଲିସ ୨ ଜଣଙ୍କ ପିଛା କରିଥିଲେ ମଧ୍ୟ ସେମାନଙ୍କୁ ଧରି ପାରିନଥିଲେ । ପୋ ଦାମୀ ଗାଡିକୁ ଜବତ କରି ତାରାସିଂ ଥାନାକୁ ଆଣିଥିଲେ । ଗାଡିଟି ଭୁବନେଶ୍ବରର ବୋଲି ଜଣାପଡିଛି । ଗାଡିରେ ପ୍ରେସ୍ ଲେଖି ମାଫିଆମାନେ ଗଂଜେଇ ଚାଲାଣ କରୁଥିବା ଅନୁମାନ କରାଯାଉଛି । କନ୍ଧମାଳ ଜିଲାରୁ ଗଂଜେଇ ରାଜଧାନୀ ଅଭିମୁଖେ ଚୋରାରେ ଚାଲଣ ହେଉଥିବା ବେଳେ ଚୋରା ବ୍ୟବସାୟୀ ଭଞ୍ଜନଗର ପୋଲିସର ଧରପଗଡ ଭୟରେ ନିଧିଆପଲ୍ଲି-ଗାଲେରୀ ରାସ୍ତାରେ ଆସି ତିଳିସିଙ୍ଗି ପହଣ୍ଡା ଛକ ଦେଇ ଦଶପଲ୍ଲା ରାସ୍ତାରେ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ତାରାସିଂ ପୋଲିସ ହାବୁଡରେ ପଡିଯାଇଥିଲେ ।

Leave a Reply

Your email address will not be published. Required fields are marked *