ପୂର୍ବତନ ବିଜେପି ବିଧାୟକଙ୍କ ଘରେ ଆୟକର ଚଢ଼ାଉ, ଉଦ୍ଧାର ହେଲା କୋଟି କୋଟି ଟଙ୍କା

ଭୋପାଳ: ମଧ୍ୟପ୍ରଦେଶର ଜଣେ ପୂର୍ବତନ ବିଧାୟକଙ୍କ ଘରେ ଚଢାଉ ବେଳେ ୩ଟି କୁମ୍ଭୀର ଉଦ୍ଧାର ହୋଇଛି। ଆୟକର ବିଭାଗର ଅଧିକାରୀମାନେ ପୂର୍ବତନ ବିଧାୟକଙ୍କ ଘରେ ଚଢ଼ାଉ କରି ସୁନା, କୋଟି କୋଟି ଟଙ୍କା ଏବଂ ବେନାମୀ ଆମଦାନୀ ହୋଇଥିବା କାର ସମେତ ଅନେକ ଜିନିଷ ପାଇଛନ୍ତି ।

କେବଳ ସେତିକି ନୁହେଁ, ସେମାନେ ପୂର୍ବତନ ବିଧାୟକ ହର୍ଷବର୍ଦ୍ଧନ ସିଂହ ରାଠୋର୍‌ ଘର ନିକଟରେ ଥିବା ଏକ ପୋଖରୀରୁ ୩ଟି କୁମ୍ଭୀର ଉଦ୍ଧାର କରିଥିବା ସୂଚନା ରହିଛି। ସେ କୋଟି କୋଟି ଟଙ୍କାର ଟିକସ ଫାଙ୍କିଥିବା ଅଭିଯୋଗରେ ଆୟକର ବିଭାଗ ରବିବାରଠାରୁ ତାଙ୍କ ଘରେ ଚଢାଉ କରୁଛି। ଅଧିକାରୀମାନେ କହିଛନ୍ତି ଯେ ଚଢାଉରେ ୧୫୫ କୋଟି ଟଙ୍କାର ଟିକସ ଫାଙ୍କିଥିବା ଜଣାପଡ଼ିଛି ।

ସେମାନେ ସୁନା ଏବଂ ରୂପା ଅଳଙ୍କାର ବ୍ୟତୀତ ୩ କୋଟି ଟଙ୍କା ନଗଦ ଜବତ କରିଛନ୍ତି । ରାଠୋରଙ୍କ ସହିତ ବିଡ଼ି ବ୍ୟବସାୟ କରୁଥିବା କେଶରୱାନି ୧୪୦ କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି ଏବଂ ଚଢାଉ ସମୟରେ ଏ ସମ୍ପର୍କିତ କାଗଜପତ୍ର ମିଳିଛି ବୋଲି ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *