
ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡା): ରାଇରଙ୍ଗପୁର ସହରସ୍ଥ ଅନ୍ୟତମ ଅଗ୍ରଣୀ ଏକମାତ୍ର ମହିଳା ମହାବିଦ୍ୟାଳୟ ର ୪୪ତମ ବାର୍ଷିକୋତ୍ସବ ସଭାପତି କଲେଜ ଅଧ୍ୟକ୍ଷ ରବିଶଙ୍କର ଶତପଥୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାୟକ, ସମ୍ମାନିତ ଅତିଥି ରୂପେ ପୂର୍ବତନ କଲେଜ ପରିଚାଳନା କମିଟୀ ଅଧ୍ୟକ୍ଷା ମାଳତୀ ପରିଡା, ପୂର୍ବତନ କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର, ସାଂସ୍କୃତିକ ସଂଘ ଉପସଭାପତି ଶ୍ରୀମତୀ ରାଜଶ୍ରୀ ଦାଶ, ଅଧ୍ୟାପିକା ଯଶୋଧରା ମହାନ୍ତ ଓ ଅଧ୍ୟାପକ ବିଜୟ କୁମାର ରାମ ପ୍ରମୁଖ ଯୋଗ ଦେଇଥିଲେ I ସଭାପ୍ରାରମ୍ଭରେ ଅତିଥିଗଣଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନିତ କରାଗଲାପରେ ଅଧ୍ୟାପିକା ତିଳୋତ୍ତମା ଷଡଙ୍ଗୀଙ୍କ ମନ୍ତ୍ର ଉଚ୍ଚାରଣରେ ଅତିଥିଗଣ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ I ଏହାପରେ କଲେଜ ଛାତ୍ରୀଗଣ ସ୍ବାଗତ ସଂଗୀତ ଗାନ କରିଥିଲେ I ଅତିଥିଗଣଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା I ଅଧ୍ୟାପିକା ରାଜଶ୍ରୀ ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ I ସଭାପତି ଅଧ୍ୟକ୍ଷ ରବିଶଙ୍କର ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ପୂର୍ବତନ କଲେଜ ପରିଚାଳନା କମିଟୀ ଅଧ୍ୟକ୍ଷା ମାଳତୀ ପରିଡା କଲେଜର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ I ମାନ୍ୟବର ମୁଖ୍ୟ ଅତିଥି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଛାତ୍ରୀମାନଙ୍କୁ କର୍ତ୍ତବ୍ୟପରାୟଣତା, ଶୃଙ୍ଖଳିତ, ଦାୟିତ୍ବବୋଧ ଓ ସମୟାନୁବର୍ତ୍ତୀତା ହେବା ପାଇଁ ଉପଦେଶ ଦେଇଥିଲା ବେଳେ ରାଇରଙ୍ଗପୁର ବିଧାୟକ ଜଲେନ ନାୟକ ଛାତ୍ରୀମାନଙ୍କୁ ସୁମଣିଷ ହେବାପାଇଁ ଦିଗଦର୍ଶନ ଦେଇଥିଲେ I ଏହାପରେ ପୁରସ୍କାର ବିତରଣୀ ପର୍ବରେ ଅଧ୍ୟାପକ ବିଜୟ କୁମାର ରାମ, ଶ୍ୟାମ ମଣ୍ଡଳ, କାରୁମାର୍ଣ୍ଡି, ଅଧ୍ୟାପିକା ଅଭିସ୍ମିତା ଦାଶ, ରଂଜୁଲତା ନାୟକ, ପାନେଶ୍ବରୀ ଟୁଡୁ, ପ୍ରିୟତ୍ତମା ହେମ୍ବ୍ରମଙ୍କ ପରିଚାଳନାରେ କଲେଜରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ କପ୍ ଦେଇ ପୁରସ୍କୃତ କରିଥିଲେ I ଅଧ୍ୟାପକ ବିଜୟ କୁମାର ରାମ ଅତିଥି ପରିଚୟ ଓ ସଭା ପରିଚାଳନା କରିଥିଲା ବେଳେ ଅଧ୍ୟାପିକା ଯଶୋଧରା ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ I ପରେ ଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧ୍ୟାପିକା ରାଜଶ୍ରୀ ଦାଶ, ଅଭିସ୍ମିତା ଦାଶ, ଅଧ୍ୟାପକ ବିଜୟ କୁମାର ରାମ ଓ ଶ୍ଯାମ ମଣ୍ଡଳ ଙ୍କ ଦ୍ବାରା ପରିଚାଳିତ ହୋଇଥିଲା I ପରିଶେଷରେ କଲେଜ ଅଧ୍ୟକ୍ଷ ରବିଶଙ୍କର ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ଏଥିରେ ଅଧ୍ୟାପକ ଡକ୍ଟର ରାଜେନ୍ଦ୍ର ମଣ୍ଡଳ, ବାବୁଲୁ କୁମ୍ଭକାର, ଅଧ୍ୟାପିକା ସସ୍ମିତା ଦାସ, ଲକ୍ଷ୍ମୀ ରାଓ, ଦୀପିକା ମହାରଣା, ବବିତା ମହାନ୍ତ, ସେବତୀ ବେହେରା, ଅନିତା ସାମଡ, ସମାପ୍ତିରାଣୀ ଦାସ ଓ ରେଣୁକା ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ I