
ଭଂଜନଗର (ଓଡ଼ିଶା ଟୁଡେ): ଏବେ କଠୋର ହେଉଛି, ଭଂଜନଗର ଅବକାରୀ ବିଭାଗ । ସ୍ପେସାଲ୍ ଡ୍ରାଇଭ୍ ପ୍ରକାରେ ବେଆଇନ୍ ମଦ ଓ ଗଞ୍ଜେଇ କାରବାର ଉପରେ ଚଢ଼ାଉକୁ ଯୋରଦାର୍ କରୁଛି । ସେହି କ୍ରମରେ ଶୁକ୍ରବାର ଦିନ ବେଆଇନ୍ ମଦ ପ୍ରସ୍ତୁତ ବେଳେ, ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜି.ନୂଆଗାଁ ନିକଟରେ ବଡ଼ଧରଣର ଚଢ଼ାଉ କରିଛି । ପୂର୍ବ ସୂଚନା ମୁତାବକ, ଭଂଜନଗର, ବୁଗୁଡ଼ା ଓ ବ୍ରହ୍ମପୁର ଅବକାରୀ ବିଭାଗର ମିଳିତ ସହଯୋଗରେ ଏହି ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ୯୧୦ ଲିଟର ବେଆଇନ୍ ଦେଶୀ ମଦ , ମଦ ରନ୍ଧା ସାମଗ୍ରୀ ଏବଂ ଗୋଟିଏ ବାଇକ୍ ଜବତ କରାଯାଇଥିବା ବେଳେ, ଏଥିରେ ସଂପୃକ୍ତ ୮ ଜଣଙ୍କୁ ଗିରଫ କରିଛି । ଏହାସହ ୪୩୫୦ କେଜି ମଦପୋଚ ନଷ୍ଟ କରାଯାଇଛି । ଗିରଫଙ୍କ ମଧ୍ୟରେ ୫ ଜଣ ମହିଳା ଥିବାବେଳେ, ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅବକାରୀ ଥାନାଧିକାରୀ ଅଲିଭା ମାଝୀ ଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ଡମ୍ବରୁଧର ହରିଜନ, ଗୁଇନ୍ଦା ନୀରିକ୍ଷକ ନାରାୟଣ ଜେନା, ଏସଆଇ ଅଜିତ୍ ନାୟକ ସମେତ ବନବିଭାଗର ଅନ୍ୟ କର୍ମଚାରୀ ମାନେ ମଧ୍ୟ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ତେବେ ଅବକାରୀ ବିଭାଗ ପକ୍ଷରୁ ବର୍ତ୍ତମାନ ସ୍ପେସାଲ୍ ଡ୍ରାଇଭ୍ ଚାଲିଥିବାରୁ ବେଆଇନ୍ ମଦ ଏବଂ ଗଞ୍ଜେଇ ଚାଲାଣ ରୋକିବାକୁ ଯୋରଦାର୍ ଉଦ୍ୟମ ଜାରି ରଖିଛି, ଅବକାରୀ ବିଭାଗ ।