
ଭଂଜନଗର (ଓଡ଼ିଶା ଟୁଡେ): ଚତୁରତା ସହ ବାଇକ୍ ରେ ବେଆଇନ୍ ମଦ ଚାଲାଣ କରୁଥିବା ବେଳେ ଚଢ଼ାଉ କଲା ଭଂଜନଗର ଅବକାରୀ ବିଭାଗ । ଏହି ଥାନା ଅନ୍ତର୍ଗତ ସାନକୋଦଣ୍ଡା – ବିଂଜିଗିରି ଗାଁ ରାସ୍ତା ଦେଇ ଜନୈକ ଯୁବକ ଶନିବାର ବାଇକ୍ ରେ ମଦ ଚାଲାଣ କରୁଥିବା ନେଇ ସୂଚନା ପାଇଥିଲେ ଅବକାରୀ ଥାନାଧିକାରୀ ଅଲିଭା ମାଝୀ। ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକକୁ କାବୁ କରିବା ସହ ଘଟଣା ସ୍ଥଳରୁ ବାଇକ୍ ସହ ୮୦ ଲିଟର ବେଆଇନ୍ ଦେଶୀ ମଦ ଜବତ କରିଥିଲେ । ଏସଂକ୍ରାନ୍ତରେ ଭଂଜନଗର ଅବକାରୀ ଥାନାରେ ଏକ ମାମଲା ରୁଜୁ କରିବା ସହ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଥାନାଧିକାରୀ ।