ଭଞ୍ଜନଗର: କୁଲାଡ ସରସ୍ବତୀ ଶିଶୁମନ୍ଦିରରେ ଷଡ଼ବିଂଶ ତମ ବାର୍ଷିକ ଉତ୍ସବ; ଯୋଗ ଦେଲେ ବିଧାୟକ

ଭଞ୍ଜନଗର (ଅରକ୍ଷିତ ପରିଚ୍ଛା, ଓଡ଼ିଶା ଟୁଡେ): ଭଞ୍ଜନଗର କୁଲାଡ ସରସ୍ବତୀ ଶିଶୁମନ୍ଦିର ଠାରେ ଷଡ଼ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମର ନାୟକ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଶାନ୍ତନୁ କୁମାର ରଥ, ଅନ୍ୟତମ ଅତିଥି ଭାବେ ସମିତି ସଭ୍ୟ ପି ଭି ସଂଯୁକ୍ତା ରାଜୁ, ପି ରେଣୁକା ରାଜୁ, ତ୍ରିନାଥ ଗୌଡ଼, ପୂର୍ଣ୍ଣଚନ୍ଦ୍ର ପାତ୍ର, ପ୍ରଦୀପ ପାତ୍ର, ଶିବରାମ ପ୍ରଧାନ ମଞ୍ଚାସୀନ ଥିଲେ । ଯେଉଁ ମାଟିର କବି କବିସମ୍ରାଟ ମାନ୍ୟତା ରେ ସାରା ବିଶ୍ୱ ପ୍ରଶଂସିତ, ଆଜି ତାଙ୍କ ଜନ୍ମମାଟି ଅଲୋଡ଼ା ହୋଇଯାଇଛି । ତେଣୁ ଏହି ମାଟିର ଉନ୍ନତି ପାଇଁ ଅଞ୍ଚଳ ବାସୀ ଯାହା ପ୍ରସ୍ତାବ ରଖିବେ, ମୁଁ ନିଶ୍ଚିତ ପୂରଣ କରିବାର ଗୁରୁଦାୟିତ୍ୱ ନେବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ । ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ର ରେ ଅନେକ ଆଶୀର୍ବାଦ ଦେଇଛନ୍ତି ବିଧାୟକ । ପୂର୍ବରୁ କ୍ରୀଡା ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷୟିତ୍ରୀ ଉସ୍ମିତା ମଞ୍ଜରୀ ମିଶ୍ର ସଭା ପରିଚାଳନା କରିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଓ ଅବିଭାବକ ଉପସ୍ଥିତ ରହିଥିଲେ । ଅନୁଷ୍ଠାନର ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *