
ଲାଇନ୍ ପଡ଼ା (ଓଡ଼ିଶା ଟୁଡେ): ଆଜି ୧୨.୦୧.୨୦୨୫ ରବିବାର ଦିନ କନ୍ଧମାଳ ଜିଲ୍ଲା ଲାଇନ୍ ପଡ଼ା ସ୍ଥିତ କୁଇଦିନା ଇନ୍ଦିରା ଗାନ୍ଧୀ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟ ତରଫରୁ କଲେଜ ପ୍ରାଙ୍ଗଣରେ ଯୁବରେଡକ୍ରସ୍ ତରଫରୁ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କଲେଜ ତରଫରୁ ଯୁବରେଡକ୍ରସ୍ କାର୍ଯ୍ୟକ୍ରମ ସଭା ରାଲି ଅବଂ ଯୁବ ଦିବସ କାର୍ଯ୍ୟକ୍ରମର ମହାନତା ସହ ବିଶ୍ଵଶାନ୍ତି, ମୈତ୍ରୀ, ପ୍ରୀତି ତଥା ବିଶ୍ୱବନ୍ଧନ ସହ ଅନୁବନ୍ଧିତ ଭାଗିଦାରିତା ଗୋଟିଏ ବିଶ୍ଵ, ଗୋଟିଏ ମାଟି, ଗୋଟିଏ ପରିବେଶ ସହ ବସୁଧୈବ କୁଟୁମ୍ବକମ୍ ପ୍ରେରଣା ବାର୍ତ୍ତା ସହ ଯୁବରେଡକ୍ରସ୍ ର ପ୍ରତିଷ୍ଠାତା ହେନେରି ଦୋନାଲ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ପାଈଁ ସଂକଳ୍ପ ନିଆଯାଇଥିଲା । ତାହା ସହିତ ବିକଶିତ ଭାରତର ଉନ୍ନତି ପଥରେ ଯୁବ ବାହିନୀ ର ପ୍ରତିଭାଗିତl ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ର ଆୟୋଜନ କଲେଜ ର ଯୁବ ରେଡକ୍ରସ ଦ୍ଵାରା କରାଯାଇଥିଲା । କାର୍ଯ୍ୟକ୍ରମ ର ସଭାପତି ଭାବେ କୁଇଦିନା ଇନ୍ଦିରା ଗାନ୍ଧୀ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସଚନ୍ଦ୍ର ମଲ୍ଲିକ, ମୁଖ୍ୟ ଅତିଥି ଭାବେ ଜୁନିଅର କଲେଜ ର ଅଧ୍ୟକ୍ଷ ଡକ୍ଟର ତ୍ରିଲୋକ୍ୟନlଥ ସେନାପତି, ସମ୍ମାନିତ ଅତିଥି ଭାବେ ଇତିହାସ ବିଭାଗର ଅଧ୍ୟାପକ ରାମଚନ୍ଦ୍ର ପ୍ରଧାନ, ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦିଗାଲ, ରାଜନୀତି ବିଜ୍ଞାନର ଅଧ୍ୟାପିକା ସସ୍ମିତା ପାଲ ମହୋଦୟl, ଅର୍ଥନୀତି ବିଭାଗର ଶୁଭଶ୍ରୀ ଦିଗାଲ ମହୋଦୟl ଏବଂ କଲେଜ ର ସମସ୍ତ କର୍ମଚlରି ଯୁବରେଡକ୍ରସ୍ ଭାଲ୍ୟୁନ୍ତର (ସ୍ବେଚ୍ଛାସେବୀ) ଏବଂ କଲେଜ ର ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଶେଷରେ ଏହି କାର୍ଯ୍ୟକ୍ରମ ର ପରିଚାଳନା ଯୁବରେଡକ୍ରସ୍ କାଉନସିଲର ଶ୍ରୀଯୁକ୍ତ ସନ୍ତୋଷ କୁମାର ତ୍ରିପାଠୀ ପରିଚାଲନl କରିଥିଲେ । ଶେଷରେ ବନ୍ଧୁମିଳନ ର କାର୍ଯ୍ୟକ୍ରମ ସହ କାର୍ଯ୍ୟ ପରିସମlପ୍ତି କରାଯାଇଥିଲା ।