ଭଞ୍ଜନଗର: ବାଲିସାହି ଠାରେ ଯୁବ ଦିବସ ପାଳନ

ଭଞ୍ଜନଗର (ଅରକ୍ଷିତ ପରିଚ୍ଛା, ଓଡ଼ିଶା ଟୁଡେ): ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ଯୁବ ଶକ୍ତି ପାଇଁ ଦିଗଦର୍ଶନ ଆଜନ୍ମ ବ୍ରାହ୍ମଚାର୍ଯ୍ୟ ଗ୍ରହଣ କରି ସାରା ଦେଶରେ ହିନ୍ଦୁ ଦର୍ପଣ ଶାସ୍ତ୍ର ର ପ୍ରଚାର ପ୍ରସାର କ୍ଷେତ୍ର ତାଙ୍କ ଭୂମିକା ଅତୁଳନୀୟ । ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଭଞ୍ଜନଗର ବ୍ଲକ ଅଧୀନ ଲେମ୍ଭେଇ ଗ୍ରାମପଞ୍ଚାୟତ ବାଲିସାହି ଠାରେ ସ୍ୱାମୀ ବିବେକାନନ୍ଦ ଯୁବ କଲ୍ୟାଣ ସମିତି ପକ୍ଷରୁ ଯୁବଦିବସ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିପଦର ବନ୍ଧୁ ଓଡିଶା ସ୍ବେଛାସେବୀ ଅନୁଷ୍ଠାନ ର ଉପସଭାପତି ଅରକ୍ଷିତ ପରିଛା, ମୁଖ୍ୟ ବକ୍ତା ଭବେ ଶିକ୍ଷାବିତ ସୂର୍ଯ୍ୟନାରାୟଣ ନାୟକ, ଅନ୍ୟତମ ଅତିଥି ଭାବେ ନୀଳାଞ୍ଚଳ ପାଢ଼ୀ, କୃଷ୍ଣ ପ୍ରସାଦ ନାୟକ ମଞ୍ଚାସୀନ ଥିଲେ । ଆଦିତ୍ୟ ପ୍ରସାଦ ପାଢ଼ୀ ସଭା ପରିଚାଳନା କରିଥିଲେ । ବିବେକାନନ୍ଦ ଙ୍କ ଆତ୍ମ କାହାଣୀ ଉପରେ ଅତିଥି ଭାବେ ବକ୍ତବ୍ୟ ଦେଇଥିଲେ । ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବକୃତା ଦେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମବାସୀ ଏବଂ ବିବେକାନନ୍ଦ ଯୁବ କଲ୍ୟାଣ ସମିତି ର ସଦସ୍ୟ ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *