ଭଞ୍ଜନଗର ପୋଲିସ ଦ୍ୱାରା ଗଞ୍ଜେଇ ମାଫିଆ କାବୁ

ଭଞ୍ଜନଗର (ଅରକ୍ଷିତ ପରିଚ୍ଛା, ଓଡ଼ିଶା ଟୁଡେ): ଦିନକୁ ଦିନ ବଢ଼ି ଚାଲିଛି ବେଆଇନ ଗଞ୍ଜେଇ ମାଫିଆ ଙ୍କ ଚୋରା ଚାଲାଣ । ସେମାନଙ୍କୁ କାବୁ କରିବା ବର୍ତ୍ତମାନ ପୋଲିସ ପାଇଁ ପାଲଟିଛି ବଡ ଚାଲେଞ୍ଜ। ଏହି ପରିପ୍ରେକ୍ଷୀ ରେ ପ୍ରତ୍ୟକ ଦିନ ଖାସ କରି କନ୍ଧମାଳ ସୀମାନ୍ତ ରେ ଭଞ୍ଜନଗର ପୋଲିସ ପକ୍ଷରୁ ପ୍ରତ୍ୟେକ ଦିନ ଚାଲିଛି ଗାଡ଼ି ଚେକିଂ। ଗତକାଲି ତା ୧୩.୦୧.୨୫ ରିଖ ଦିନ ପ୍ରାୟ ୧୨ ଘଣ୍ଟା ୩୦ ମିନିଟ ସମୟରେ ଭଞ୍ଜନଗର ଥାନାଧିକାରୀ କୁମର ମୁଦୁଲି, ଏଏସଆଇ ରୁଦ୍ରପ୍ରସାଦ କହ୍ନର ଏବଂ ଅନ୍ୟ କର୍ମଚାରୀ ମାନେ ମୁଜାଗଡ଼ ପାଖରେ ପାଟ୍ରୋଲିଂ ଏବଂ ଗାଡି ଚେକିଂ କରୁଥିବାବେଳେ ଫୁଲବାଣୀ ଆଡୁ ଦୁଇଟି ମୋଟର ସାଇକେଲ ଯେଉଁ ଗୁଡ଼ିକର ରେଜିଷ୍ଟ୍ରେସନ୍ ନଂ OD 02 CB 6544 ଏବଂ OD 07 W 3809 ଆସୁଥିଲା, ପୋଲିସ ଚେକିଙ୍ଗ ଦେଖି ସେମାନେ ଗାଡି ହଠାତ ବୁଲାଇ ପୁଣି ଥରେ ଫୁଲବାଣୀ ଆଡେ ପଳାଇ ଯାଉଥିବାବେଳେ ସେହି ଦୁଇଟି ମୋଟର ସାଇକେଲ ପଡିଯିବାରୁ ଚାଳକମାନେ ଦୌଡ଼ି ପଳାଇ ଗଲେ । ୪ ଜଣଙ୍କ ମଧ୍ୟରୁ ଜଣେ ଧରାପଡ଼ିଥିଲେ । ସେହି ଗାଡିକୁ ଯାଞ୍ଚ କରିବାରୁ ଜଣାପଡିଲାକି ସେହି ଗାଡ଼ିରେ ଗଂଜେଇ ଚାଲାଣ କରାଯାଉଥିଲା । ଯାଞ୍ଚ କରିବା ପରେ ସେଥିରେ ୨୯ କିଗ୍ରା ୫୦୦ ଗ୍ରା ଗଂଜେଇ ବାହାରିଲା. ସେହି ଗଂଜେଇ ସହିତ ମୋଟର ସାଇକେଲ ଗୁଡିକୁ ଅଜୁତ କଂହର, ପିତା ବିବନ କଂହର ଗ୍ରାମ ଉଜୁମୁସ୍ପା, ଫିରିଙ୍ଗିଆ, ଜିଲ୍ଲା କନ୍ଧମାଳ ଙ୍କ ଠାରୁ ଜବତ କରାଗଲା । ସେମାନେ ସେ ଗଞ୍ଜେଇକୁ ଫିରିଙ୍ଗିଆ ରୁ ଆଣି ବ୍ରହ୍ମପୁର ନେଉଥିଲେ । ଏ ସଂକ୍ରାନ୍ତରେ ଭଞ୍ଜନଗର ଥାନା କେଶ ନ ୪୧/୨୫ ପଞ୍ଜିକୃତ ହୋଇ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *