ଜଗନ୍ନାଥ ପ୍ରସାଦ: ଜାତୀୟ ଯୁବ ଦିବସ ପାଳିତ

ଜଗନ୍ନାଥ ପ୍ରସାଦ (ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ ଶାଖା, ଜାତୀୟ ସେବା ଯୋଜନା ମିଳିତ ଶାଖା ଓ ଭାରତ ସରକାରଙ୍କ ପ୍ରଯୋଜିତ ୟୁନିସେଫ୍ ୟୁଥ୍ ଫର୍ ୱାଟର ସେବା ଭାରତ ଜ୍ଞାନ ବିଜ୍ଞାନ ସମିତି ଶାଖା ମିଳିତ ଆନୁକୁଲ୍ୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନଙ୍କ ସଭାପତିତ୍ବରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଯୁବ ରେଡକ୍ରସ୍ କାଉନସିଲର ଶ୍ରୀଯୁକ୍ତ ସୁନିର କାନ୍ତ ମିଶ୍ର ଜାତୀୟ ଯୁବ ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ଜୟ ଦେବ ଗୌଡ଼ ଯୋଗ ଦେଇ ବିବେକାନନ୍ଦଙ୍କ ଜୀବନୀ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ ନିଜର ବକ୍ତବ୍ୟରେ ଉନ୍ନତ ସମାଜ ଗଠନରେ ଯୁବକ ମାନଙ୍କର ଭୂମିକା ଉପରେ ଆଲୋଚନା କରିଥିଲେ । ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷିକା ଶ୍ରୀମତୀ ସୃତିମୟୀ ପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନାରୀ ସୁରକ୍ଷା ଉପରେ କହିଥିଲେ । ଶେଷରେ ଯୁବ ରେଡକ୍ରସ୍ ର ଆଜୀବନ ସଭ୍ୟ ଡି.ଇ.ଓ ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ଶୋଭନ ସାହୁ, ସାଇରାମ ପ୍ରଧାନ, ଚନ୍ଦ୍ରକାନ୍ତ ଷଡ଼ଙ୍ଗୀ, ମନୋଜ କୁମାର ପ୍ରଧାନ , ଗୋପାଳ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *