
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ପକ୍ଷରୁ ବିଗତ ଦିନରେ ବିଶ୍ଵ ଏଡ଼ସ ଦିବସ, ପ୍ରବାସୀ ଭାରତୀୟ ଦିବସ ସମେତ ବିଭିନ୍ନ ଉତ୍ସବ ହୋଇଥିଲା । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ହୋଇଥିଲା । ତେଣୁ ବୁଧବାର ପୁରସ୍କାର ବିତରଣି ଉତ୍ସବ ହୋଇଥିଲା । ଏଥିରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରି କୃତୀ ଛାତ୍ରୀ ଛାତ୍ର ଙ୍କୁ ପୁରସ୍କୃତ କରିଥିଲେ । ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ବିଭାସ ଦାସ ସଭାକୁ ସଂଯୋଜନା କରିଥିଲେ । ଯୁବ ରେଡକ୍ରସ ଅଧିକାରୀ ବିଦେଶୀ ରାଉତ, ପ୍ରାଧ୍ୟାପକ ହର ପ୍ରସାଦ ଶତପଥୀ, ବିଭୂତି ଗୌଡ, ଆର ହରିଶ୍ ଏହି ଅବସରରେ ଉପସ୍ଥିତ ରହି ଛାତ୍ରୀ ଛାତ୍ର ଙ୍କୁ ଉତ୍ସାହିତ କରିଥିଲେ ।