କୁଲାଡ଼ ହରିଜନ ବସ୍ତିରେ ଭଞ୍ଜନଗର ପୋଲିସର ଅତର୍କିତ ଚଢଉ; ବେଆଇନ ପୋଚ ନଷ୍ଟ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): କୁଲାଡ଼ ରାମୁଣୀ ସାହି ହରିଜନ ବସ୍ତି ରେ ଶନିବାର ଭଞ୍ଜନଗର ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ ହୋଇଥିଲେ। ବସ୍ତିର ବିଭିନ୍ନ କୋଣରେ ବେଆଇନି ମହୁଲି ମଦ ର ପୋଚକୁ ସନ୍ଧାନ କରି ନଷ୍ଟ କରାଯାଇଥିଲା । ସେଥିରେ ପ୍ରାୟ ୫୦୦ ଲିଟର ରୁ ଅଧିକ ମଦ ପୋଚ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଚଢ଼ାଉ ବେଳେ ଏସ ଆଇ ପାର୍ଥ ପ୍ରତିମା ଦେବତା ଓ ଏ ଏସ ଆଇ ସୁରେଶ ସେନାପତି ଙ୍କ ସହ ଥାନାରେ ଅନେକ କର୍ମଚାରୀ ମୁତୟନ ରହିଥିଲେ । ବସ୍ତି ବାସିନ୍ଧା ଙ୍କୁ ଏପରି ବେଆଇନି ମଦ ବିକ୍ରି ନ କରିବାକୁ ପରାମର୍ଶ ଦେଇଥିଲେ ପୋଲିସ ଅଧିକାରୀ ।

Leave a Reply

Your email address will not be published. Required fields are marked *