
ଜଗନ୍ନାଥ ପ୍ରସାଦ (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ୍, ଜାତୀୟ ସେବା ଯୋଜନା ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅଧ୍ୟକ୍ଷ ଚିନଂ ବଦ୍ରି ନାରାୟଣ ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ଯୁବ ରେଡକ୍ରସ୍ ର ଉପଦେଷ୍ଟା ଅଧ୍ୟାପକ ବସନ୍ତ କୁମାର ଶତପଥୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଅଭିଭାଷଣ ଦେଇଥିବା ବେଳେ ଜାତୀୟ ସେବା ଯୋଜନା ର ସଂଯୋଜକ ଅଧ୍ୟାପକ ସୁଧିର କୁମାର ପଟ୍ଟନାୟକ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ଅଧିକାରୀ କ୍ୟାପଟେନ ଦୀପକ କୁମାର ନାୟକ ରକ୍ତଦାନ ସଂପର୍କରେ ମତବ୍ୟକ୍ତ କରିଥିଲେ ।
ଭଞ୍ଜନଗରସ୍ଥ ରକ୍ତଭଣ୍ଡାର କାର୍ଯ୍ୟାଳୟ ର ଅଧିକାରୀ ବିପିନ ସାର୍ ଓ ରକ୍ତଭଣ୍ଡାର ର ସମସ୍ତ କର୍ମଚାରୀ ଙ୍କ ସହଯୋଗ ରେ ୩୮ ଟି ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଅଧ୍ୟକ୍ଷ ଚିନଂ ବଦ୍ରି ନାରାୟଣ ପାତ୍ର, ଅଧ୍ୟାପକ ମାଧବ ଦଳାଇ, ଅଧ୍ୟାପକ ସୁକାନ୍ତ କୁମାର ପଣ୍ଡା, ଅଧ୍ୟାପକ ଚିନ୍ମୟ ସାହୁଙ୍କ ସମେତ ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ । ଶେଷରେ ଜାତୀୟ ସେବା ଯୋଜନା ର ସଂଯୋଜିକା ଅଧ୍ୟାପିକା ସୁଶ୍ରୀ ସଙ୍ଗୀତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଶିବିରରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ଏବଂ ସମସ୍ତ ରକ୍ତଦାତାଙ୍କୁ ଡୋନର ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।