ମହାକୁମ୍ଭ ୨୦୨୫: ପ୍ରୟାଗରାଜର ସଙ୍ଗମରେ ପବିତ୍ର ବୁଡ ପକାଇଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ

ପ୍ରୟାଗରାଜ: ମହାକୁମ୍ଭ ୨୦୨୫ରେ ଯୋଗଦେବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଆଜି ପ୍ରୟାଗରାଜରେ ପହଞ୍ଚିଛନ୍ତି। ରାଜନାଥ ସିଂହଙ୍କ ସହ ରାଜ୍ୟସଭା ସାଂସଦ ଶ୍ରୀ ସୁଧାଂଶୁ ତ୍ରିବେଦୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରୟାଗରାଜରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ପ୍ରଥମେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଥିଲେ । ଏହାପରେ ସେ ଅକ୍ଷୟ ବଟ, ପାତାଳପୁରୀ ଓ ବଡ ହନୁମାନ ମନ୍ଦିର ପରିଦର୍ଶନ କରିବା ସହ ମହାକୁମ୍ଭ ବ୍ୟବସ୍ଥାର ସମୀକ୍ଷା କରିଥିଲେ ।ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ପ୍ରୟାଗରାଜର ସଙ୍ଗମରେ ସେ ଆଜି ବୁଡ ପକାଇବା ସୌଭାଗ୍ୟର ବିଷୟ। ଏହା ଭାରତୀୟତାର ଏକ ଭବ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପର୍ବ । ଭାରତୀୟତାର ମର୍ମ ବୁଝିବା ପାଇଁ ସମସ୍ତେ ମହାକୁମ୍ଭ ପରିଦର୍ଶନ କରିବା ଉଚିତ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *