କୁଲାଡ କବିସମ୍ରାଟ ବିଦ୍ୟାପୀଠ ରେ ସୁବର୍ଣ୍ଣ ଜୟନ୍ତୀ ଅକ୍ଟୋବର ୨୪ ରେ

ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ): ଭଞ୍ଜନଗର କୁଲାଡ କବିସମ୍ରାଟ ବିଦ୍ୟାପୀଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆସନ୍ତା ଅକ୍ଟୋବର ମାସରେ ୨୪ ବହୁ ଆଡମ୍ବର ରେ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ହେବ । ଏ ନେଇ ବିଦ୍ୟାଳୟ କାର୍ଯ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକ ରେ ଭଞ୍ଜନଗର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ସହ ଅଧ୍ୟକ୍ଷ ଗୌରିନନ୍ଦନ ହୋତା ଏବଂ ଅବସର ଗ୍ରହଣ କରିଥିବା କିଛି ଶିକ୍ଷକ ବିଦ୍ୟାଳୟ ର ପୂର୍ବତନ ଛାତ୍ରଛାତ୍ରୀ ଓ କିଛି ସ୍ଥାନୀୟ ଉତ୍ସହି ବ୍ୟକ୍ତି ଯୋଗ ଦେଇଥିଲେ । ଭଞ୍ଜ ମାଟିର ସଂସ୍କୃତି କୁ ବହନ କରୁଥିବା ବିଦ୍ୟାଳୟ ୨୯୬୨ ମସିହା ରେ ସ୍ଥାପିତ ହୋଇଥିଲା ଆଜକୁ ୬୩ ବର୍ଷ ଅତିବାହିତ ହୋଇଥିଲେ ହେଁ ବିଦ୍ୟାଳୟ ରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ହୋଇପାରିନାହିଁ । ତେଣୁ ଆସନ୍ତା ଅକ୍ଟୋବର ୨୫, ୨୫, ୨୬ ତିନି ଦିନ ଧରି ବିଦ୍ୟାଳୟ ରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯିବ ବୋଲି ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରତିଶ୍ରୁତି ଦେଇଛନ୍ତି । କିଛ ଦିନ ମଧ୍ୟରେ ବିଦ୍ୟାଳୟ ରେ ଏକ କାର୍ଯ୍ୟାଳୟ ଉଦଘାଟନ ହେବ । ପୁରୁଣା ସମସ୍ତ କାଗଜ ପତ୍ର ସେହି କାର୍ଯ୍ୟାଳୟ ରେ ରହିବ ଯାହା ସାହାଯ୍ୟ ରେ ଏହି ବାର୍ତ୍ତା ଯେମିତି ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ପାଖରେ ପହଁଞ୍ଚି ପାରିବ, ବିଦ୍ୟାଳୟ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗରେ ରହିବା ନେଇ ଅଧ୍ୟକ୍ଷ ଶ୍ରୀ ହୋତା କହିଛନ୍ତି ।

Leave a Reply

Your email address will not be published. Required fields are marked *