ମହାକୁମ୍ଭରେ ୫୧ ଲିଟର୍‌ କ୍ଷୀର ଢାଳିବାକୁ ସୀମାଙ୍କ ଇଚ୍ଛା

ନୋଇଡ଼ା: ପ୍ରେମ ପାଇଁ ନିଜର ୪ ପିଲାଙ୍କୁ ଧରି ବେନିୟମ୍‌ ଭାବେ ପାକିସ୍ତାନ ଛାଡ଼ି ଭାରତ ଯାତ୍ରା କରିଥିବା ସୀମା ହାଇଦର ଏବେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଗ୍ରେଟର୍‌ ନୋଇଡାରେ ନିଜର ନୂଆ ସ୍ବାମୀ ସଚିନ ମିଣାଙ୍କ ସହ ରହୁଥିବା ସୀମା ସର୍ବଦା ହିନ୍ଦୁ ରୀତିନୀତିକୁ ପାଳନ କରି ଆସୁଥିବା ବେଳ ‌ଏବେ ମହାକୁମ୍ଭକୁ ଯିବା ପାଇଁ ଚିନ୍ତା କରିଥିବା ଖବର ରହିଛି।ତେବେ ମହାକୁମ୍ଭରେ ସଚିନ ଓ ସୀମା ୫୧ ଲିଟର୍‌ ଗାଈର କ୍ଷୀର ଦୁଗ୍ଧ ଚଢ଼ାଇବେ ବୋଲି ଯୋଜନା କରିଥିଲେ। ମାତ୍ର ସୀମାଙ୍କ ଓକିଲ ଏପି ସିଂହ କହନ୍ତି କି ସୀମା ଗର୍ଭବତୀ ଥିବା କାରଣରୁ ସେଠାକୁ ଯାଇପାରୁନାହାନ୍ତି। ସେଥିପାଇଁ ସେ ମହାକୁମ୍ଭ ନ ଯାଇପାରିଲେ ବି ମଙ୍ଗଳବାର କୁମ୍ଭ ଯାଇ ସେଠାରେ କ୍ଷୀର ଚଢ଼ା‌ଇବେ।ତେବେ ସୀମା କହିଛନ୍ତି ଯେ ଟିଭି ଓ ସୋସିଆଲ୍‌ ମିଡିଆରେ ସେ ମହାକୁମ୍ଭ ଦର୍ଶନ କରିବେ। ଏହାସହିତ ସେ ସମସ୍ତଙ୍କୁ ମହାକୁମ୍ଭ ଦର୍ଶନ କରିବାକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *