ବେଟି ବଚାଓ, ବେଟି ପଢାଓର ଦଶବର୍ଷ ପୂର୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ନୂଆଦିଲ୍ଲୀ : ବେଟି ବଚାଓ, ବେଟି ପଢାଓ ଅଭିଯାନର ଦଶବର୍ଷ ପୂର୍ତି ଉପଲକ୍ଷେ ଏହା ଏକ ଯୁଗାନ୍ତକାରୀ, ଜନଶକ୍ତି ଆଧାରିତ କାର୍ଯ୍ୟକ୍ରମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିହିତ କରିଛନ୍ତି । ଲିଙ୍ଗଗତ ବୈଷମ୍ୟ ଦୂର କରିବା ଓ ଝିଅଙ୍କୁ ସଶକ୍ତ କରିବା ଦିଗରେ ଏହି ଅଭିଯାନ ଏକ ସଫଳ ମାଧ୍ୟମ ହୋଇପାରିଛି । ରେକର୍ଡ ଅନୁସାରେ ଝିଅ ସଂଖ୍ୟା କମ ରହିଥିବା ବିଭିନ୍ନ ଜିଲ୍ଲାରେ ଆଶାନୁରୂପକ ଅଗ୍ରଗତି ହୋଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି । ଏହି ଅବସରରେ ତୃଣମୂଳ ସ୍ତରରେ କାମ କରୁଥିବା ଅଭିଯାନର ସମସ୍ତ ଅଂଶୀଦାରମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ମତାମତ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି –‘ବେଟି ବଚାଓ, ବେଟି ପଢାଓ ଅଭିଯାନର ଆଜି ଦଶବର୍ଷ ପୂର୍ତି ହୋଇଛି । ଗତ କିଛି ଦଶନ୍ଧି ଧରି ଏହା ସବୁବର୍ଗର ଲୋକଙ୍କୁ ନେଇ ଏକ ସଫଳ କାର୍ଯ୍ୟକ୍ରମ ଭାବରେ ଅବତୀର୍ଣ୍ଣ ହୋଇପାରିଛି ।’‘ଲିଙ୍ଗଗତ ବୈଷମ୍ୟ ଦୂର କରିବା ଦିଗରେ ଏହା ଏକ ସଫଳ ମାଧ୍ୟମ ଭାବରେ ପ୍ରତିଭାତ ହୋଇପାରିଛି ।

ଏହି ଅଭିଯାନ ମାଧ୍ୟମରେ ପ୍ରତିଟି ଝିଅ ପାଠ ପଢି ନିଜ ସ୍ୱପ୍ନକୁ ଚରିତାର୍ଥ କରିବାର ମାହୋଲ ସୃଷ୍ଟି କରାଯାଇଛି ।’‘ସାଧାରଣ ଜନତା ଓ ବିଭିନ୍ନ କମ୍ୟୁନିଟି ସଂସ୍ଥାଗୁଡିକର ଉତ୍ସର୍ଗୀକୃତ ସେବା ଫଳରେ ଏହି ଅଭିଯାନ ସାକାର ହୋଇପାରିଛି । କମ ଝିଅ ରହିଥିବା ବିଭିନ୍ନ ଜିଲ୍ଲାରେ ଆଶାନୁରୂପକ ଅଗ୍ରଗତି ହୋଇଥିବା ବେଳେ ବିଭିନ୍ନ ସଚେତନାଧର୍ମୀ କାର୍ଯ୍ୟକ୍ରମ ଦ୍ୱାରା ଲିଙ୍ଗଗତ ସମାନତା ଆସିପାରିଛି ।’‘ତୃଣମୂଳ ସ୍ତରରେ ଏହି ଅଭିଯାନକୁ ସାକାର କରିଥିବା ସମସ୍ତ ଅଂଶୀଦାରଙ୍କୁ ମୁଁ ଏହି ଅବସରରେ ଧନ୍ୟବାଦ ଜଣାଉଛି । ଆମ ଝିଅମାନଙ୍କ ଅଧିକାରକୁ ଅକ୍ଷୁର୍ଣ୍ଣ ରଖି ସେମାନଙ୍କ ପାଠ ପଢାକୁ ସୁନିଶ୍ଚିତ କରି ଏକ ସୁସ୍ଥ ସମାଜ ଗଠନ କରିବା ଦିଗରେ ଆମେ ଚେଷ୍ଟା କରିବା ଦରକାର । ଆଗାମୀ ଦିନରେ ଆମ ସମସ୍ତଙ୍କ ଚେଷ୍ଟାରେ ଆମ ଝିଅମାନଙ୍କ ପାଇଁ ଆମେ ଏକାଠି କାମ କରି ଅଧିକ ସୁଯୋଗ ସୃଷ୍ଟି କରିପାରିବା ।’

Leave a Reply

Your email address will not be published. Required fields are marked *