
ଭୁବନେଶ୍ବର: ବିକଶିତ ଓଡ଼ିଶା-୨୦୩୬ ପରିକଳ୍ପନା ସତ କରିବାକୁ ଓଡ଼ିଶାକୁ ବାରମ୍ବାର ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଛନ୍ତି। ଆଜି ଏଭଳି ଟିପ୍ପଣୀ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।
ସେ ଆହୁରି କହିଛନ୍ତି, ଓଡ଼ିଶାରେ ନିବେଶ ବଢ଼ାଇବା ପାଇଁ ରାଜ୍ୟ ସରକାର ଚେଷ୍ଟିତ। ଆଗକୁ ଭୁବନେଶ୍ୱର ସମ୍ପ୍ରସାରିତ ହେବ। ଏନେଇ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି। ଭୁବନେଶ୍ବରରେ ନୂଆ ମଡେଲର ସହର ତିଆରି ହେବ। ଆଗକୁ ଭୁବନେଶ୍ୱର ଭଳି ଅନ୍ୟ କର୍ପୋରେସନରେ ମଧ୍ୟ ଏଭଳି ଯୋଜନା ପାଇଁ ଚେଷ୍ଟା କରାଯିବ। ଏବେ ଅଧିକରୁ ଅଧିକ ସହରକୁ ଟିପି ସ୍କିମରେ ସାମିଲ ପାଇଁ ଯୋଜନା ରଖାଯାଇଛି।ସହର ବଢ଼େଇବା ପାଇଁ ଚେଷ୍ଟାକରାଯାଉଛି। ଯାହା ଦ୍ଵାରା ଲୋକେ ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇବେ।ଶସ୍ତାରେ ଘର ଖଣ୍ଡେ କିଣି ପାରିବେ। ଏହାଛଡ଼ା ପୁରୀକୁ ଏକ ଅନ୍ତର୍ଜାତୀୟ ସହର କରିବାକୁ ଯୋଜନା ରଖିଛନ୍ତି ସରକାର। ରିଙ୍ଗ ରୋଡ ସହ ରାସ୍ତା ପ୍ରଶସ୍ତିକରଣ ଆଦି କରାଯିବା ଯୋଜନା କରାଯାଇଛି ।