
ଭୁବନେଶ୍ବର (ଓଡ଼ିଶା ଟୁଡେ): ଆସନ୍ତା ଜାନୁଆରୀ ୨୮ ଏବଂ ୨୯ ତାରିଖରେ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ୨୦୨୫ କାର୍ଯ୍ୟକ୍ରମ । ରାଜ୍ୟକୁ ନିବେଶର ଏକ ଅଗ୍ରଣୀ ସ୍ଥଳ ଭାବେ ଗଢି ତୋଳିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ୨୮ ତାରିଖ ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ଉଦଘାଟନ ହେବ । ୧୨ ଟି ରାଷ୍ଟ୍ରର ନିବେଶକ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଓଡ଼ିଶାର ଉଦ୍ୟୋଗ ଗୁଡିକରେ ସେମାନଙ୍କ ପୁଞ୍ଜି ନିବେଶ କରିବେ । ପ୍ରମୁଖତଃ ଏଥର ଫୋକସ୍ ରେ ରହିଛି ଅକ୍ଷୟ ଶକ୍ତି ଯନ୍ତ୍ରାଂଶ, ଟେକ୍ନିକାଲ ଟେକଷ୍ଟାଇଲ, ଗ୍ରୀନ ଫୁଏଲ, ପେଟ୍ରୋକେମିକଲ ଡାଉନ୍ ଷ୍ଟ୍ରିମିଙ୍ଗ, ସ୍ପେଶାଲିଟି କ୍ୟାପିଟାଲ୍ସ, ସ୍ପେଶାଲିଟି ମେଟାଲ୍, ଲାର୍ଜ୍ ସ୍କେଲ ଟେକଷ୍ଟାଇଲ ମ୍ୟାନୁଫାକ୍ଚରିଙ୍ଗ ଇତ୍ୟାଦି ।
ଷ୍ଟାର୍ଟ ଅପ୍ ଓଡ଼ିଶା ପକ୍ଷରୁ ୨୬ ଟି ଓଡ଼ିଶାର ଉଦ୍ୟୋଗକୁ ନିବେଶ ଆଣିବା ପାଇଁ ମନୋନୀତ କରାଯାଇଛି ଏବଂ ସେହି ଉଦୀୟମାନ କମ୍ପାନୀ ଗୁଡ଼ିକର ନାମ ମଧ୍ୟ ଷ୍ଟାର୍ଟ ଅପ୍ ଓଡ଼ିଶା ପକ୍ଷରୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରାଯାଇଛି । ଏହି ୨୬ ଟି ଉଦ୍ୟୋଗ ମଧ୍ୟରେ ଇଭି ଗ୍ୟାରେଜ ପ୍ରାଇଭେଟ୍ ଲିମିଟେଡ ମଧ୍ୟ ସ୍ଥାନ ପାଇଛି ।
୨୬ ଟି ପ୍ରମୁଖ ଉଦ୍ୟୋଗ ମଧ୍ୟରେ ସ୍ଥାନ ପାଇ ଥିବାରୁ ଆମେ ଇଭି ଗ୍ୟାରେଜ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଶକ୍ତି ସମ୍ପଦ ଦାସଙ୍କୁ ଯୋଗାଯୋଗ କରିଥିଲୁ ଏବଂ ଓଡ଼ିଶା ଟୁଡେ ପକ୍ଷରୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲୁ । ରାଜ୍ୟ ସରକାରଙ୍କ ଦ୍ଵାରା ଉଦ୍ୟୋଗ ମନୋନୀତ ହେବା ପରେ ତାଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ । ଓଡ଼ିଶା ଟୁଡେ କୁ ପ୍ରତିକ୍ରିୟାରେ ଶ୍ରୀ ଦାସ କହିଥିଲେ”ଆମେ ଅନୁଭବୀ ବ୍ୟାଟେରି ଚାଳିତ ଗାଡି (EV), ଏକ ରିପ୍ୟାରୀଙ୍ଗ ସେବା ପ୍ରଦାନକାରୀ କମ୍ପାନୀ, ଯାହା ଫ୍ରାଞ୍ଚାଇଜି ମଡେଲରେ ଓଡ଼ିଶା ରେ କାର୍ଯ୍ୟ କରୁଛୁ।”
ଆମେ ପ୍ରଦାନ କରୁଛୁ:-
ସମ୍ପୂର୍ଣ୍ଣ ପ୍ରଶିକ୍ଷଣ, ଜୀବନବ୍ୟାପୀ ଅନଲାଇନ୍ ସହାୟତା ସେବା, – ସ୍ପେଅର୍ସ୍ ଏବଂ ଆବଶ୍ୟକ ଇଲେକ୍ଟ୍ରିକାଲ୍ ଟୁଲ୍ସ୍ ଯୋଗାଇବା, ଡିଜିଟାଲ୍ ସଂଯୋଗୀକରଣ ସୁବ୍ୟବସ୍ଥା, ବଡ଼ EV ବ୍ରାଣ୍ଡଗୁଡିକର ସହ ମିଶି , ସେମାନଙ୍କ ଗାଡ଼ିର ନିୟମିତ ସଜାଡିବା ସୁବ୍ୟବସ୍ଥା କୁ ଆପଣଙ୍କ ଗ୍ୟାରେଜ ସୁନିଶ୍ଚିତ କରିବା ସହ ଯାହାଦ୍ୱାରା ରିପେୟର୍ ଏବଂ ମେଁଣ୍ଟେନାନ୍ସ୍ ସେବାଗୁଡିକର ପାଇଁ ଗ୍ରାହକଙ୍କୁ ସୁନିଶ୍ଚିତ କରାଯାଏ । ଯେଉଁମାନେ ଗ୍ୟାରେଜ କୁ ଆମ ଫ୍ରାଞ୍ଚାଇଜି ନେଇ “ରେଡ୍ଡୀ ଟୁ ଇଭି ଗ୍ୟାରେଜ” କରୁଛନ୍ତି, ତେବେ ଭବିଷ୍ୟତ ରେ ସେମାନେ ଗୋଟେ ନୂତନ ବ୍ୟବସାୟ ର ସମ୍ଭାବନା ସୃଷ୍ଟି କରିପାରିବେ । ନିଜ ଲାଗତ ର ଶତକଡ଼ା ୮୫ ଭାଗ ପ୍ରତ୍ୟକ ମାସ ଉଠେଇ ପାରିବେ। ।
ରାଜ୍ୟ ସରକାରଙ୍କ ଷ୍ଟାର୍ଟ ଅପ୍ ଓଡ଼ିଶା ଦ୍ଵାରା ନିବେଶ ଆଣିବାକୁ ମନୋନୀତ ଉଦ୍ୟୋଗ ମଧ୍ୟରେ ସ୍ଥାନ ପାଇବାରୁ ନିଜ ଖୁସି ବ୍ୟକ୍ତ କରିବା ସହ ଦେଶ ବିଦେଶରୁ ନିବେଶ ମିଳିଲେ କମ୍ପାନୀ ଏହାର ବିଭିନ୍ନ ଦିଗ ଉପରେ ଫୋକସ କରିବ ଯେପରିକି ନିଜର ଫ୍ରାଞ୍ଚାଇଜି ଅଭିବୃଦ୍ଧି, ଆଧୁନିକୀକରଣ ଯନ୍ତ୍ରାଂଶ ଏବଂ ଗ୍ରାହକଙ୍କୁ ଅଧିକରୁ ଅଧିକ ସୁବିଧା ଦେବା ଉପରେ ଧ୍ୟାନ ଦେବେ ବୋଲି ଶ୍ରୀ ଦାସ ଜଣାଇଥିଲେ ।
ଇଭି ଗ୍ୟାରେଜ ପ୍ରାଇଭେଟ୍ ଲିମିଟେଡ ର କାର୍ଯ୍ୟାଳୟ ଭୁବନେଶ୍ୱର ଉତ୍ତରା ଛକ ଭାର୍ଗବୀ ବିହାର ଠାରେ ରହିଥିବା ବେଳେ ଶକ୍ତି ସମ୍ପଦ ଦାସ ଏବଂ ଦୀପକ ଭରଦ୍ୱାଜ ଦୁଇଜଣ ନିର୍ଦ୍ଦେଶକ ରହିଛନ୍ତି । ୨୦୨୧ ମସିହାରୁ ଆରମ୍ଭ ହୋଇଥିବା ଏହି ଉଦ୍ୟୋଗ ଇଲେକ୍ଟ୍ରିକ୍ ଯାନ ଉପରେ ନିର୍ଭର କରୁଥିବା ଗ୍ରାହକ ଏବଂ ଗ୍ୟାରେଜ ମାନଙ୍କର ବେଶ୍ ପସନ୍ଦ ହୋଇ ପାରିଛି ।