
ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ): ଉପଖଣ୍ଡସ୍ତରୀୟ ୧୫ ତମ ଜାତୀୟ ମତଦାତା ଦିବସ ଶନିବାର ୨୪ ତାରିଖ ୨୦୨୫ ଭଞ୍ଜନଗରସ୍ଥ ଆର.ଏମ୍. ସି.ମାର୍କେଟ ପରିସର ମଧ୍ୟରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ଗଠନରେ ଭୋଟର(ମତଦାତା) ମାନଙ୍କ କର୍ତ୍ତବ୍ୟ ଓ ଭୁମିକା ବାବଦରେ ବକ୍ତବ୍ୟ ରଖିଥିଲେ। ଦେଶର ଗଣତାନ୍ତ୍ରିକ ପରମ୍ପରା ର ମର୍ଯ୍ୟାଦା ବଜାୟ ରଖିବା ତଥା ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗାରିମା କୁ ଅକ୍ଷୁର୍ଣ୍ଣ ରଖି ନିର୍ଭିକ ହୋଇ ଜାତି,ଧର୍ମ,ବର୍ଣ୍ଣ,ଗୋଷ୍ଠୀ ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ନିର୍ବାଚନ ରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଉପସ୍ଥିତ ସମସ୍ତେ ସଂକଲ୍ପ ନେଇଥଲେ। ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା,ଭଞ୍ଜନଗର ଗୋଷ୍ଠୀ ଉର୍ନୟନ ଅଧିକାରୀ ପୁର୍ଣଚନ୍ଦ୍ର ପାଢ଼ୀ,ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ,ବେଲଗୁଣ୍ଠା ଗୋଷ୍ଠୀ ଉର୍ନୟନ ଅଧିକାରୀ ଅମିତ ରଞ୍ଜନ ହୋତା,ଆସ୍କା ତହସିଲଦାର ସଂଗୀତା ସେନ,ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ସ୍ଥାନୀୟ କଲେଜ ଛାତ୍ର ଛାତ୍ରୀ ଙ୍କୁ ନେଇ ଆଜି ର ମତ ଦାତା ଦିବସ ଉପଲକ୍ଷେ ଏକ ଶୋଭାଯାତ୍ରା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ଆର, ଏମ,ସି,ମାର୍କେଟ ସଭା ସ୍ଥଳରେ ପଂହଁଚିଥିଲା। ଏହି ଅବସରରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ୧୨ ଜଣ ଶ୍ରେଷ୍ଠ ବି.ଏଲ.ଓ ଏବଂ ସୁପରଭାଇଜଙ୍କୁ ପୁରସ୍କୃତ କରାଯାଇଥିଲା।କଲେଜ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା,ପରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପଖଣ୍ଡ ର ବିଭିନ୍ନ ମହାବିଦ୍ୟାଳୟ ରୁ ଆସିଥିବା ଛାତ୍ରଛାତ୍ରୀ ଙ୍କ ସମେତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ତତ୍ ସହିତ ଏହି ମତଦାତା ଦିବସ କୁ ସୁଦୁର ପ୍ରଚାର ପ୍ରସାର କରିବା ଓ ନିଜ ଖବର ମାଧ୍ୟମରେ ସଚେତନତା ଓ ଜନଜାଗରଣ ପାଇଁ ଅନେକ ବିଭାଗ ର ବରିଷ୍ଠ ସାମ୍ବାଦିକ ମଧ୍ୟ ଏଠାରେ ଉପସ୍ଥିତ ଥିଲେ। ଏଥିରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ କେତେକ ପ୍ରଶାସନିକ ଅଧିକାରୀ ଙ୍କୁ ହିଁ ଭୋଟର ମତଦାତା ସଚେତନତା ବାର୍ତ୍ତା ଲେଖାଥିବା ଧଳା ଟି ସାର୍ଟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ନିର୍ବାଚନ ବିଭାଗ ର ବରିଷ୍ଠ କର୍ମଚାରୀ ଶ୍ରୀ ମୁକ୍ତିକାନ୍ତ ନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।