ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ମନୋରଞ୍ଜନ ସମ୍ମିଳନୀ ପୂର୍ବରୁ ସୃଜନଶୀଳ ସ୍ରଷ୍ଟାଙ୍କ ପାଇଁ ଶୀର୍ଷ ପୁରସ୍କାର ଘୋଷଣା କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଜି ନୂଆଦିଲ୍ଲୀର ନେସନାଲ ମିଡିଆ ସେଣ୍ଟରଠାରେ ‘ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ) ଆୟୋଜନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ, ସଂସ୍କୃତି ମନ୍ତ୍ରଣାଳୟର ସଚିବ ଶ୍ରୀ ଅରୁଣୀଶ ଚାୱଲା, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଏସ୍. ଶେଖର କପୁର, ପ୍ରସାର ଭାରତୀର ସିଇଓ ଗୌରବ ଦ୍ୱିବେଦୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଭାରତକୁ ସୃଜନଶୀଳ ଅର୍ଥବ୍ୟବସ୍ଥାର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସକୁ) ଡାଭୋସ୍‌ ଆର୍ଥିକ ମଞ୍ଚ ଭଳି ଏକ ବିଶ୍ୱସ୍ତରୀୟ ଖ୍ୟାତି ପ୍ରଦାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ସାକାର କରିବା ଉଦ୍ଦେଶ୍ୟରେ ଆଜି କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି । ସେ କହିଥିଲେ, ଏହା ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ଗୁରୁତ୍ୱ ଦେବା ଲାଗି ଏକ ବ୍ୟାପକ ରଣନୀତିର ଅଂଶବିଶେଷ ଯାହାକି ଦେଶର ପରମ୍ପରା, କାହାଣୀ ଓ ସାଂସ୍କୃତିକ ଗୁରୁତ୍ୱରେ ସମୃଦ୍ଧ। ବିଶ୍ୱସ୍ତରରେ ଏହାକୁ କମଳା ଅର୍ଥବ୍ୟବସ୍ଥା ବା ‘ଅରେଞ୍ଜ ଇକୋନୋମି’ ଭାବେ ସ୍ୱୀକୃତି ମିଳିଛି।‘‘ଏକଦା ସ୍ୱାମୀ ବିବେକାନନ୍ଦଙ୍କ ମାଧ୍ୟମରେ ଚିକାଗୋ ବିଶ୍ୱ ଧର୍ମ ସମ୍ମିଳନୀର କେନ୍ଦ୍ରଗୁଡ଼ିକରେ ପ୍ରତିଧ୍ୱନିତ ହେଉଥିବା ଆମର ସମୃଦ୍ଧ ସଂସ୍କୃତି ଆଜି ଯୋଗ, ସଂସ୍କୃତି, ସୃଜନଶୀଳତା ଏବଂ ଆୟୁର୍ବେଦ ଭଳି ପଦକ୍ଷେପ ମାଧ୍ୟମରେ ବିଶ୍ୱ ସ୍ତରରେ ଆମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରସାରିତ ହେଉଛି’’ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ୱେଭ୍ସ ହେଉଛି ଏହି ପ୍ରୟାସର ଏକ ସମ୍ପ୍ରସାରଣ, ଯାହାର ଉଦ୍ଦେଶ୍ୟ ଭାରତକୁ ସୃଜନଶୀଳ ଅର୍ଥବ୍ୟବସ୍ଥାର ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ।

କେନ୍ଦ୍ର ମନ୍ତ୍ରୀମାନେ ୱେଭସ୍ ବଜାର, ତିନୋଟି କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜସ୍, ୱେଭସ୍ ପୁରସ୍କାରର ଶୁଭାରମ୍ଭ କରିଥିଲେ ଏବଂ ଆଉ ଏକ ପ୍ରତିଯୋଗିତାର ମଧ୍ୟ ଘୋଷଣା କରିଥିଲେ।ୱେଭସ୍ ବଜାର: ସୃଜନଶୀଳ ଅର୍ଥବ୍ୟବସ୍ଥା ସମ୍ଭାବନାର ଉପଯୋଗଏହି କାର୍ଯ୍ୟକ୍ରମରେ ୱେଭସ୍ ବଜାର-ଗ୍ଲୋବାଲ୍ ଇ-ମାର୍କେଟପ୍ଲେସ୍ ଉନ୍ମୋଚନ କରାଯାଇଥିଲା, ଯାହା ଭାରତର ବିଶାଳ ସୃଜନଶୀଳ ପ୍ରତିଭାମାନଙ୍କୁ ଅନ୍ତର୍ଜାତୀୟ ବଜାର ସହିତ ସଂଯୋଗ କରିବା ପାଇଁ ଡିଜାଇନ୍ ହୋଇଥିବା ଏକ ଯୁଗାନ୍ତକାରୀ ପ୍ଲାଟଫର୍ମ। ଏହି ପ୍ଲାଟଫର୍ମ ବ୍ୟବହାରକାରୀଙ୍କୁ ସେମାନଙ୍କର ବିଷୟବସ୍ତୁ ପ୍ରଦର୍ଶନ କରିବା, ପ୍ରକଳ୍ପଗୁଡ଼ିକୁ ଉପସ୍ଥାପନ କରିବା ଏବଂ ଭୌଗୋଳିକ ସୀମାକୁ ଅତିକ୍ରମ କରୁଥିବା ଅର୍ଥପୂର୍ଣ୍ଣ ସଂଯୋଗ ନିର୍ମାଣ କରିବାରେ ସକ୍ଷମ କରିଥାଏ। ଏହା ଅନୁକୂଳ ଉପକରଣ ଏବଂ ସମ୍ବଳ ପ୍ରଦାନ କରି ବିଶ୍ୱସ୍ତରୀୟ ବ୍ୟବସାୟିକ ପାରସ୍ପରିକ ସମ୍ପର୍କକୁ ସରଳ କରିଥାଏ ।

ବିକାଶ ଏବଂ ସଫଳତା ପାଇଁ ନୂତନ ସୁଯୋଗ ଆବିଷ୍କାର କରିବା ସହିତ ସ୍ରଷ୍ଟା ଏବଂ ବ୍ୟବସାୟୀଙ୍କୁ ସେମାନଙ୍କ ପରିସରକୁ ବିସ୍ତାର କରିବାର ସୁବିଧା ଦିଏ।ଏହି ଅବସରରେ ସୂଚନା ଓ ପ୍ରସାରଣ ସଚିବ କହିଥିଲେ, ୱେଭସ୍ ବଜାର ହେଉଛି ଏକ ପରିବର୍ତ୍ତନକାରୀ ମଞ୍ଚ ଯାହା ଚଳଚ୍ଚିତ୍ର, ଟିଭି, ସଙ୍ଗୀତ, ଇ-ସ୍ପୋର୍ଟସ୍, ଏନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ ଏବଂ କମିକ୍ସ ଭଳି ବିଭିନ୍ନ ମନୋରଞ୍ଜନ କ୍ଷେତ୍ରର ସ୍ରଷ୍ଟା, କ୍ରେତା ଏବଂ ସହଯୋଗୀମାନଙ୍କୁ ଏକଜୁଟ କରିବ। ଏହା ଭୌଗୋଳିକ ବ୍ୟବଧାନକୁ ପୂରଣ କରିବ, ସ୍ରଷ୍ଟାମାନଙ୍କୁ ସେମାନଙ୍କର କାର୍ଯ୍ୟ ପ୍ରଦର୍ଶନ କରିବାକୁ ଏବଂ ଅର୍ଥପୂର୍ଣ୍ଣ ଆପୋସ ବ୍ୟବସାୟିକ କାର୍ଯ୍ୟରେ ନିୟୋଜିତ ହେବାକୁ ଅନୁମତି ଦେବ।ୱେଭସ୍ ବଜାର ବ୍ରାଣ୍ଡ ସହଯୋଗ, ପାଣ୍ଠି ଯୋଗାଣ ଏବଂ ବିତରଣକୁ ମଧ୍ୟ ସମର୍ଥନ କରିବ, ଯାହା ସ୍ରଷ୍ଟାମାନଙ୍କୁ ସେମାନଙ୍କ ଚିନ୍ତାଧାରାକୁ ସାକାର କରିବା ପାଇଁ ଆବଶ୍ୟକ ସମର୍ଥନ ସୁରକ୍ଷିତ କରିବାରେ ସାହାଯ୍ୟ କରିବ। ଏହି ବ୍ୟାପକ ଇ-ମାର୍କେଟପ୍ଲେସ୍ ଭାରତରେ ଉଦୀୟମାନ ସୃଜନଶୀଳ ଅର୍ଥବ୍ୟବସ୍ଥାର ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ହେବ। ଏହି ପ୍ଲାଟଫର୍ମ ବିଷୟବସ୍ତୁ ସ୍ରଷ୍ଟାମାନଙ୍କୁ ସେମାନଙ୍କ ଉତ୍ପାଦ, ବିଚାର ଏବଂ ଦକ୍ଷତାର ବିପଣନ କରିବାରେ ସକ୍ଷମ କରିବ।ୱେଭ୍ସ ପୁରସ୍କାର୧୫ ଫେବୃଆରୀ, ୨୦୨୫ରେ ନାମାଙ୍କନ ଆରମ୍ଭ ହେବା ସହିତ ୱେଭସ୍ ପୁରସ୍କାର ଆରମ୍ଭ ହେବାକୁ ସ୍ଥିର ହୋଇଛି। ବିଭିନ୍ନ ସୃଜନଶୀଳ ବିଭାଗରେ ଉତ୍କର୍ଷତା ସମ୍ମାନ କରୁଥିବା ୱେଭ୍ସ୍ ପୁରସ୍କାରରେ ‘ବର୍ଷର ଶ୍ରେଷ୍ଠ ଗେମ୍’, ‘ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର’ ଏବଂ ‘ବର୍ଷର ଶ୍ରେଷ୍ଠ ବିଜ୍ଞାପନ ଅଭିଯାନ’ ଭଳି ବିଶେଷ ବର୍ଗ ରହିଛି। ଏହି ପୁରସ୍କାର ମଧ୍ୟରେ ସ୍ୱତନ୍ତ୍ର ଚୟନ ପୁରସ୍କାର, ଜୀବନବ୍ୟାପୀ ଉପଲବ୍ଧି ଓ ପ୍ରଯୁକ୍ତିବିଦ୍ୟା ଏବଂ ସାମାଜିକ ପ୍ରଭାବ ଭଳି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବକୁ ସମ୍ମାନିତ କରିବା ମଧ୍ୟ ଅନ୍ତର୍ଭୁକ୍ତ।କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜ ଅଧୀନରେ ତିନୋଟି ନୂଆ ପ୍ରତିଯୋଗିତାଅନ୍ୟ ଏକ ବିଶେଷତ୍ୱ ଥିଲା ‘କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜସ୍ ଅଧୀନରେ ତିନୋଟି ନୂତନ ପ୍ରତିଯୋଗିତାର ଶୁଭାରମ୍ଭ। ସେଗୁଡ଼ିକ ହେଲା – ରିଜୋନେଟ୍‌ : ଦି ଇଡିଏମ ଚ୍ୟାଲେଞ୍ଜ, ମେକ୍ ଦ ୱାର୍ଲ୍ଡ ୱିୟର ଖଦୀ ଏବଂ ୱାହ ଉସ୍ତାଦ ।୧. ୱାହ ଉସ୍ତାଦ୍‌ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ପରିକଳ୍ପିତ, ସଂସ୍କୃତି ଏବଂ ଦୂରଦର୍ଶନ ମନ୍ତ୍ରଣାଳୟର ସହଯୋଗରେ ସମ୍ମାନସ୍ପଦ ଦିଲ୍ଲୀ ଘରାନା ଦ୍ୱାରା ପରିଚାଳିତ, ‘ୱାହ ଉସ୍ତାଦ’ ଯୁବ, ଶାସ୍ତ୍ରୀୟ ତାଲିମପ୍ରାପ୍ତ କଣ୍ଠଶିଳ୍ପୀମାନଙ୍କୁ ସେମାନଙ୍କର ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ। ଏହା ଅନ୍ତର୍ଜାତୀୟ ଅଂଶଗ୍ରହଣ ସମେତ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ବ ବୟସର ଅଂଶଗ୍ରହଣକାରୀଙ୍କ ପାଇଁ ଖୋଲା ରହିଛି ।

ଏହା ଏକ ଦୁଇଟି ପର୍ଯ୍ୟାୟ ପ୍ରତିଯୋଗିତା ଯାହା ୱେଭସ୍ ୨୦୨୫ରେ ଏକ ଗ୍ରାଣ୍ଡ ନ୍ୟାସନାଲ ଫାଇନାଲ ସହ ସମାପ୍ତ ହେବ । ଏହାର ପଞ୍ଜୀକରଣ ଆଜିଠାରୁ ପ୍ରସାର ଭାରତୀର ୱେବସାଇଟ୍ (https://prasarbharati.gov.in/wah-ustad) ରେ ଖୋଲାଯାଇଛି।୨. ବିଶ୍ୱରେ ଖଦୀକୁ ଲୋକପ୍ରିୟ କରିବାଏହି ପ୍ରତିଯୋଗିତା ବିଜ୍ଞାପନ ପେସାଦାର ଏବଂ ମୁକ୍ତବୃତ୍ତିର ସ୍ରଷ୍ଟାମାନଙ୍କୁ ଅଭିନବ ଅଭିଯାନ ବିକଶିତ କରିବାକୁ ଆମନ୍ତ୍ରଣ କରେ ଯାହା ଖଦୀକୁ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବରେ ସ୍ଥାନିତ କରିବ। ଅନ୍ତର୍ଜାତୀୟ ଅଂଶଗ୍ରହଣ ପାଇଁ ଖୋଲା ରହିଥିବା ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ହେଉଛି ଭାରତ ଭିତରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖଦୀକୁ ପ୍ରୋତ୍ସାହିତ କରିବା। ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ ଫର୍ମାଟରେ ଅଭିନବ ଡିଜାଇନ୍ ଅବଧାରଣା ଅନ୍ୱେଷଣ କରିବାକୁ ପଡିବ (ଉଦାହରଣ ସ୍ୱରୂପ, ଡିଜିଟାଲ୍, ପ୍ରିଣ୍ଟ୍, ଭିଡିଓ, ପରୀକ୍ଷାମୂଳକ)। ‘ମେକ୍ ଦ ୱାର୍ଲ୍ଡ ୱିୟର ଖଦୀ’ ବା ବିଶ୍ୱରେ ଖଦୀକୁ ଲୋକପ୍ରିୟ କରିବା ଲାଗି ପ୍ରତିଯୋଗିତା ଏହାର ଭାବମୂର୍ତ୍ତିକୁ ଉନ୍ନତ କରିବା ଏବଂ ଉପଭୋକ୍ତାଙ୍କ ଯୋଗଦାନକୁ ବଢ଼ାଇବା ପାଇଁ ସୃଜନଶୀଳ ଚିନ୍ତାଧାରା ଓ ରଣନୀତିକ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରେ।୩. ରିଜୋନେଟ୍‌ : ଦି ଇଡିଏମ ଚ୍ୟାଲେଞ୍ଜଇଣ୍ଡିଆନ୍ ମ୍ୟୁଜିକ୍ ଆସୋସିଏସନ୍ (ଆଇଏମଏ) ଦ୍ୱାରା ଆୟୋଜିତ ରିଜୋନେଟ୍‌ : ଦି ଇଡିଏମ ଚ୍ୟାଲେଞ୍ଜ ବିଶ୍ୱର ବିଭିନ୍ନ ସ୍ଥାନରୁ କଳାକାର, ସଙ୍ଗୀତକାର, ସଙ୍ଗୀତଜ୍ଞ ଏବଂ କଳାକାରମାନଙ୍କୁ ଇଲେକ୍ଟ୍ରୋନିକ୍ ଡ୍ୟାନ୍ସ୍ ମ୍ୟୁଜିକ୍ (ଇଡିଏମ୍) ପ୍ରସ୍ତୁତିରେ ନିଜର ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଥାଏ। ଏହି ପ୍ରତିଯୋଗିତା ସବୁ ରାଷ୍ଟ୍ର ପାଇଁ ଉନ୍ମୁକ୍ତ।ଭାରତର ସାଂସ୍କୃତିକ ଐତିହ୍ୟ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଲାଗି ନୂଆ ପ୍ରତିଯୋଗିତାକେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ମଧ୍ୟ ଭାରତର ସମୃଦ୍ଧ ପର୍ଯ୍ୟଟନ ଓ ସାଂସ୍କୃତିକ ଐତିହ୍ୟକୁ ଅନ୍ୱେଷଣ କରୁଥିବା ଚଳଚ୍ଚିତ୍ରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ନୂତନ ପ୍ରତିଯୋଗିତା ଘୋଷଣା କରିଥିଲେ। ଏହି ପଦକ୍ଷେପ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଦେଶର ଜୀବନ୍ତ ସାଂସ୍କୃତିକ ଦୃଶ୍ୟପଟ୍ଟକୁ ଗଭୀର ଭାବରେ ଅନୁସନ୍ଧାନ କରିବାକୁ ଆହ୍ୱାନ କରିବ ତଥା ଏହାକୁ ଉଭୟ ଜାତୀୟ ଏବଂ ଆନ୍ତର୍ଜାତୀୟ ଦର୍ଶକଙ୍କ ନିକଟରେ ପ୍ରଦର୍ଶନ କରିବ । ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ହେଉଛି ସୃଜନଶୀଳତା, ନବସୃଜନ ଏବଂ ବିଶ୍ୱସ୍ତରୀୟ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବା।ୱେଭ୍ସ: ବିଶ୍ୱସ୍ତରରେ ଭାରତର ସାଂସ୍କୃତିକ ସାମର୍ଥ୍ୟ ପ୍ରଦର୍ଶନଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଭାରତକୁ କାହାଣୀକାର, ସଙ୍ଗୀତଜ୍ଞ, ବିଷୟବସ୍ତୁ ବା କଣ୍ଟେଣ୍ଟ ନିର୍ମାତା ଏବଂ ଧାର୍ମିକ ବିବିଧତାର ଏକ ଜୀବନ୍ତ କେନ୍ଦ୍ର ଭାବରେ ବର୍ଣ୍ଣନା କରିଥିଲେ ।

ଶ୍ରୀ ଶେଖାୱତ କହିଥିଲେ, ଆମର ସାଂସ୍କୃତିକ ଐତିହ୍ୟ କେବଳ ଆମ ଅତୀତର ପ୍ରମାଣ ନୁହେଁ, ବରଂ ବିଶ୍ୱ ସ୍ତରରେ ଆମ ଭବିଷ୍ୟତର ମେରୁଦଣ୍ଡ। ଏହି ସମୃଦ୍ଧ ସାଂସ୍କୃତିକ ଚିତ୍ରକଳାର ଲାଭ ଉଠାଇବା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୱେଭସ୍ ନାମକ ଏକ ଗତିଶୀଳ ମଞ୍ଚର ଶୁଭାରମ୍ଭ କରିଛି, ଯାହା ଭାରତର ସୃଜନଶୀଳ ପ୍ରତିଭାମାନଙ୍କୁ ପ୍ରଦର୍ଶନ କରିବା ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସହ ମେଳ ଖାଉଛି।ସେ କହିଥିଲେ, ଭାରତ ଆର୍ଥିକ, ସାମାଜିକ ଏବଂ ବୈଷୟିକ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିବା ସହ ଆମର ସାଂସ୍କୃତିକ ଶକ୍ତି ଆମର ସବୁଠାରୁ ବଡ଼ ସମ୍ପଦ ହୋଇ ରହିଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପ୍ରତି କୃତଜ୍ଞତା ବ୍ୟକ୍ତ କରି ସେ କହିଥିଲେ ଯେ ୱେଭସ୍ ମାଧ୍ୟମରେ ଭାରତର ସାଂସ୍କୃତିକ ବିବିଧତା ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିବ ଏବଂ ସାଂସ୍କୃତିକ ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ବିଶ୍ୱର ଆନୁଷ୍ଠାନିକ ଅର୍ଥବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସ୍ଥାନିତ କରିବ। ଏହି ପଦକ୍ଷେପ ଭାରତର ସାଂସ୍କୃତିକ ଶକ୍ତିକୁ ପ୍ରଦର୍ଶନ ଏବଂ ଉନ୍ନତ କରିବାରେ ୱେଭ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ରେଖାଙ୍କିତ କରେ, ଯାହା ଆମର ସୃଷ୍ଟିକର୍ତ୍ତାମାନଙ୍କୁ ବିଶ୍ୱବ୍ୟାପୀ ସମ୍ମାନ ଏବଂ ସ୍ୱୀକୃତି ଅର୍ଜନ କରିବା ପାଇଁ ଏକ ଆଧାର ପ୍ରଦାନ କରିବ।କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏକ ପ୍ରମୁଖ କାର୍ଯ୍ୟକ୍ରମ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭ୍) ର ମୂଳଦୁଆ ‘କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜସ୍’ କୁ ଭାରତ ତଥା ସମଗ୍ର ବିଶ୍ୱର ଆକାଂକ୍ଷୀ ଏବଂ ପେସାଦାର ସ୍ରଷ୍ଟାମାନଙ୍କ ନିକଟରୁ ବିପୁଳ ପ୍ରତିକ୍ରିୟା ମିଳିଛି। ୭୦ ହଜାରରୁ ଅଧିକ ପଞ୍ଜୀକରଣ ଏବଂ ଏହା ଆଗକୁ ବଢ଼ିବା ସହିତ ପ୍ରତିଯୋଗିତାରେ ବିଭିନ୍ନ ପୃଷ୍ଠଭୂମିର ବ୍ୟକ୍ତିବିଶେଷ ଓ ସମ୍ପ୍ରଦାୟ ସାମିଲ ହୋଇଛନ୍ତି । ସଜୀବ ସୃଜନଶୀଳତା ଏବଂ ନବସୃଜନ ପାଇଁ ଏକ ସାମଗ୍ରିକ ପରିସଂସ୍ଥାକୁ ଏହା ପ୍ରୋତ୍ସାହିତ କରିଛି। ଏପର୍ଯ୍ୟନ୍ତ, ୩୧ଟି କ୍ରିଏଟ ଇନ ଇଣ୍ଡିଆ ଚ୍ୟାଲେଞ୍ଜ ବା ପ୍ରତିଯୋଗିତା ଆରମ୍ଭ କରାଯାଇଛି, ଯେଉଁଥିରୁ ୨୫ଟି ଏବେବି ପଞ୍ଜୀକରଣ ପାଇଁ ଖୋଲା ରହିଛି, ଯେଉଁଥିରେ ୨୨ଟି ବିଶ୍ୱସ୍ତରୀୟ ଅଂଶଗ୍ରହଣକୁ ଆକୃଷ୍ଟ କରିଛି।କାହାଣୀର ଦେଶ ଭାରତପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଶେଖର କପୁର ମଧ୍ୟ ତାଙ୍କ ଅଭିଭାଷଣରେ ସର୍ବବୃହତ ବିଷୟବସ୍ତୁ ବା କଣ୍ଟେଣ୍ଟ ସୃଷ୍ଟି ଏବଂ ଉପଭୋଗ ରାଷ୍ଟ୍ର ଭାବେ ଭାରତର ସ୍ଥିତି ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଭାରତ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଖେଳ ପର୍ଯ୍ୟନ୍ତ ସାଂସ୍କୃତିକ ଓ ଡିଜିଟାଲ କଣ୍ଟେଣ୍ଟ ବା ବିଷୟବସ୍ତୁର କେବଳ କେନ୍ଦ୍ର ନୁହେଁ ବରଂ ଏକ ମହାଶକ୍ତି । ‘‘ଏହାକୁ ଆମେ ଆମର ‘ସଫ୍ଟ ପାୱାର’ ବା କୋମଳ ଶକ୍ତି ବୋଲି କହିଥାଉ’’, ବୋଲି କପୁର ଉଲ୍ଲେଖ କରିଥିଲେ। ଆଗାମୀ ୱେଭସ୍ ଶିଖର ସମ୍ମିଳନୀକୁ ନେଇ ସେ ଉତ୍ସାହ ବ୍ୟକ୍ତ କରିଥିଲେ, ଯେଉଁଥିରେ ଏହି ବ୍ୟାପକ ସୃଜନଶୀଳ ଶକ୍ତି ପ୍ରଦର୍ଶିତ ହେବ। ବିଶ୍ୱ ସୃଜନଶୀଳ ଅର୍ଥବ୍ୟବସ୍ଥାରେ ଭାରତର ନେତୃତ୍ୱ ପ୍ରଦର୍ଶନ ପାଇଁ ଏହି କାର୍ଯ୍ୟକ୍ରମକୁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ ସେ ରେଖାଙ୍କିତ କରିଥିଲେ ।

ସୁବର୍ଣ୍ଣ ସୁଯୋଗଅଡିଓ, ଭିଡିଓ ଏବଂ ମନୋରଞ୍ଜନକୁ ଗୋଟିଏ ମଞ୍ଚରେ ରୂପାନ୍ତରିତ କରିବା ଭଳି ଏହି ସମ୍ମିଳନୀର ପରିକଳ୍ପନା କରାଯାଇଛି, ଯାହା ସମଗ୍ର ବିଶ୍ୱର ସ୍ରଷ୍ଟାମାନଙ୍କୁ ନେଟୱାର୍କ, ସହଯୋଗ ଏବଂ ସେମାନଙ୍କର ସୃଜନଶୀଳ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଥାଏ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ସମସ୍ତ ବିଷୟବସ୍ତୁ ସ୍ରଷ୍ଟାମାନଙ୍କୁ ୱେଭ୍ସରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଥିଲେ ଏବଂ ଏହା ଏକ ସୁଯୋଗ ଯାହା ହାତଛଡ଼ା କରାଯିବା ଉଚିତ ନୁହେଁ ବୋଲି ଗୁରୁତ୍ୱାରୋପ କରିଥିଲେ ।

Leave a Reply

Your email address will not be published. Required fields are marked *