
ଭୁବନେଶ୍ବର: ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହା ଦ୍ବାରା ଏଣିକି ପ୍ରକାଶ ମିଶ୍ରଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବ।ସେ ନିଜର ନିର୍ମଳ ଭାବମୂର୍ତ୍ତି ଓ ସ୍ପଷ୍ଟବାଦୀ ଆଭିମୁଖ୍ୟ ପାଇଁ ପରିଚିତ। ପ୍ରକାଶ ମିଶ୍ର ପୂର୍ବତନ ସିଆରପିଏଫ ମହାନିର୍ଦ୍ଦେଶକ ଏନଡିଆରଏଫ ଡିଜି ଥିଲେ । ସେ ଏନଡିଆରଏଫର ଡିଜି ମଧ୍ୟ ଥିଲେ।ଶୀର୍ଷ ପ୍ରଶାସନିକ ଅଧିକାରୀରୁ ନେତା ହୋଇଥିବା ପ୍ରକାଶ ମିଶ୍ରଙ୍କ ଇଂରାଜୀ ପୁସ୍ତକ ‘କମେଡି ଇନ୍ ଖାକି’ ଲୋକାର୍ପିତ ହେବା ପରେ ରାଜ୍ୟ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ।ଏହି ପୁସ୍ତକରେ ସେ ପିଲାଦିନରୁ ନିଜର ଅବସର ପର୍ଯ୍ୟନ୍ତ ସମୟ ମଧ୍ୟରେ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସାମ୍ନା କରିଥିବା କୌତୂହଳପ୍ରଦ ଘଟଣାବଳି ମଜାଦାର ଶୈଳୀରେ ଉପସ୍ଥାପନା କରିଛନ୍ତି । ସୂଚନାଯୋଗ୍ୟ, ୨୦୧୯ରେ ବିଜେପି ଦଳରୁ କଟକ ଲୋକସଭା ଆସନରୁ ସେ ନିର୍ବାଚନ ଲଢିଥିଲେ ।