ମହାକୁମ୍ଭ ଦଳାଚକଟା: ସ୍ଥିତି ଉପରେ ନଜର ରଖିଛନ୍ତି ପ୍ରଧାନମନ୍ତ୍ରୀ । ଘଣ୍ଟାକରେ ଯୋଗୀଙ୍କ ସହ ୨ ଥର କଥା ହେଲେ ମୋଦି

ପ୍ରୟାଗରାଜ : ମହାକୁମ୍ଭରେ ବଡ ଅଘଟଣ ପରେ ତତ୍ପରତା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସ୍ଥିତିର ସମୀକ୍ଷା ସହ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କହିଛନ୍ତି । ଖାଲି ଏତିକି ନୁହେଁ ମହାକୁମ୍ଭ ପରି ପବିତ୍ର ସ୍ଥାନରେ ଏପରି ଅଘଟଣକୁ ଗମ୍ଭୀରତାର ସହ ନେଇ ସ୍ଥିତି ଉପରେ ନିଜେ ନଜର ରଖିଛନ୍ତି ମୋଦି ଆଉ ଯୋଗୀଙ୍କ ସହ ବାରମ୍ବାର କଥା ହେଉଛନ୍ତି । ୧ ଘଣ୍ଟା ଭିତରେ ଦୁଇ ଦୁଇ ଥର ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ।ସେପଟେ ଶ୍ରଦ୍ଧାଳୁଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସଂଗମ ସ୍ଥଳର ପାଖାପାଖି ସ୍ନାନ କରନ୍ତୁ, ଅତି ଭିରତକୁ ନଯିବାକୁ ପରାମର୍ଶ ଦେଇଛନ୍ତି । ତାସହ ପ୍ରଶାସନର ନିୟମକୁ ମାନି ଚଳିବାକୁ ଅପିଲ କରିଛନ୍ତି ଯୋଗୀ ।ତେବେ ଜାନୁୟାରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭରେ ଏଯାଏଁ ୧୫ କୋଟି ଲୋକଙ୍କ ସମାଗମ ହୋଇଥିବା ବେଳେ ଆଜି ମୌନୀ ଅମାବାସ୍ୟା ପାଇଁ ୧୦ କୋଟି ଲୋକଙ୍କ ସମାଗମ ହୋଇଛି । ଆଉ ଏହି ଭିଡ ହିଁ ଦଳାଚକଟାର ବଡ କାରଣ ସାଜିଛି ।

Leave a Reply

Your email address will not be published. Required fields are marked *