ଭଞ୍ଜନଗର: ଭାଇବୋହୁ କୁ ଯୌନ ଉତ୍ପୀଡନ; ଦେଢ଼ଶୁର ଗିରଫ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭାଇବୋହୁ କୁ ଯୌନ ଉତ୍ପୀଡନ ଅଭିଯୋଗରେ ତାରାସିଙ୍ଗି ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାରାସିଙ୍ଗି ଥାନା ଅଧୀନ ରୁଢ଼ାପଦର ଗ୍ରାମର ବିଧବା ମହିଳା ରୁନୁ ନାଇକ ଙ୍କ ଲିଖିତ ଅଭିଯୋଗ ପ୍ରକାରେ ତାଙ୍କ ସ୍ଵାମୀ ଚନ୍ଦ୍ରମଣି ନାଇକ ଙ୍କ ଦେହାନ୍ତ ପରେ ଅଭିଯୁକ୍ତ ରାଇତୁଲୁ ନାଇକ (ପିତା – ଇଗିନି ନାୟକ) ଯିଏକି ସମ୍ପର୍କରେ ତାଙ୍କ ଦେଢ଼ଶୁର ହେବ, ତାଙ୍କୁ ବାରମ୍ବାର ଅସଦାଚରଣ ଏପରିକି ଯୌନ ଉତ୍ପୀଡନ ମଧ୍ୟ କରୁଥିଲେ । ଗତ ୨୯ ତାରିଖରେ ମଧ୍ୟ ଅଭିଯୁକ୍ତ, ଅଭିଯୋଗ ରୁନୁଙ୍କୁ ଅସଦାଚରଣ ଓ ଯୌନ ଉତ୍ପୀଡନ କରିଥିଲା । ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ତାରାସିଙ୍ଗି ପୋଲିସ କେସ ନଂ ୫୨/୨୫ ରୁଜୁ କରି ଅଭିଯୁକ୍ତ କୁ ଭାରତୀୟ ନ୍ୟାୟ ସଂହିତା ସେକ୍ସନ ୧୨୬(୨)/୨୯୬/୧୧୫(୨)/୭୪/୭୬/୭୭/୭୯/୧୦୯/୩୫୧(୨) ରେ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *