ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ୪ ଦିନ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ

ପୁରୀ: ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବ୍ରୁଆରି ୨ ଏବଂ ୩ ତାରିଖ ତଥା ଫେବ୍ରୁଆରି ୫ ଓ ୬ ତାରିଖ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି। ଏହି ଦିନ ବ୍ୟତୀତ ଅନ୍ୟ ଦିବସରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିବ। ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।ଶ୍ରୀପଞ୍ଚମୀ ତଥା ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବ୍ରୁଆରି ୨ ଏବଂ ୩ ତାରିଖ ତଥା ଫେବ୍ରୁଆରି ୫ ଓ ୬ ତାରିଖ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି। ଏହି ଦିନ ବ୍ୟତୀତ ଅନ୍ୟ ଦିବସରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିବ। ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।ସୂଚନାଯୋଗ୍ୟ ଏଏସ୍‌ଆଇ ପୁଣିଥରେ ଗତ ୨୭ ତାରିଖଠାରୁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ କରିଥିଲା। ଶ୍ରୀମନ୍ଦିର ପ୍ରଶାସନ ଚିଠିକ୍ରମେ ଗତ ଜାନୁଆରି ୨୬ ପର୍ଯ୍ୟନ୍ତ ଏଏସ୍‌ଆଇ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରଖିଥିଲା ।

Leave a Reply

Your email address will not be published. Required fields are marked *