ସଡ଼କ ସୁରକ୍ଷା ସଚେତନତା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ପୁରସ୍କାର ସଭା ଓ ଉଦଯାପନୀ ଉତ୍ସବ

ଭଞ୍ଜନଗର/ ଛତ୍ରପୁର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଓଡିଶା ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜାନୁଆରୀ ୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସାରା ଓଡିଶା ରେ ସଡ଼କ ସୁରକ୍ଷା ମାସ ପାଳିତ ହେଉଥିଲା । ଏହି ଅବସରରେ ମାସ ସାରା ବିଭିନ୍ନ ଉପାୟ ରେ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲା। ସେହି ପରି ଗଞ୍ଜାମ ଜିଲ୍ଲା ରେ ମଧ୍ୟ ଦୁଇଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରହିଛି । ଭଞ୍ଜନଗର ଓ ଛତ୍ରପୁର ରେ ମାସର ଶେଷ ଦିନରେ ଛତ୍ରପୁର ଜିଲ୍ଲାପରିଷଦ କାର୍ଯାଳୟ ଠାରେ ସମ୍ବର୍ଦ୍ଧନା ସଭା ଓ ଉଦଯାପନୀ ଉତ୍ସବ ପାଳିତ ହୋଇଥିଲା । ଏହି ଅବସରରେ ସର୍ବାଧିକ ମଦ୍ୟପ ଚାଳକ ଓ ୩ ଜଣ ବସି ବାଇକ ଚଳାଉଥିବା ବେପାରୁଆ ଗାଡି ଚାଳକ ମାନଙ୍କୁ ଧରିବାରେ ଭଞ୍ଜନଗର ଥାନା ଅଧିକାରୀ କୁମର ମୁଦୁଲି ଜିଲ୍ଲାସ୍ତରରେ ପୁରସ୍କୃତ ହୋଇଛନ୍ତି । ଏଥିସହ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ମାନଙ୍କୁ ସାବଧାନ ର ସହ ଚିକିତ୍ସାଳୟ ରେ ପହଞ୍ଚାଇବାରେ ସାମ୍ବାଦିକ ବିଶ୍ୱମ୍ବର ଜେନା, ଜୟକୃଷ୍ଣ ପଟ୍ଟନାୟକ, ବିପଦର ବନ୍ଧୁ ଅନୁଷ୍ଠାନ ର ଅରକ୍ଷିତ ପରିଛା, ଅଗ୍ନି ବିଭାଗ କର୍ମଚାରୀ ନୀଳମାଧବ ସୁବୁଦ୍ଧି ପୁରସ୍କୃତ ହୋଇଛନ୍ତି। ସେହି ଭଳି ଜିଲ୍ଲା ର ଅନେକ ବିଭାଗ ର କର୍ମଚାରୀ ମଧ୍ୟ ପୁରସ୍କୃତ ହୋଇଛନ୍ତି । ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟାଜୋତି ପରିଡା, ବ୍ରହ୍ମପୁର ଏସପି ଡ଼. ଶ୍ରବଣ ବିବେକ ଏମ , ଗଞ୍ଜାମ ଆରଟିଓ ମାନସ କୁମାର ସାହୁ, ଭଞ୍ଜନଗର ଆରଟିଓ ଶୁଭେନ୍ଦୁ ରଞ୍ଜନ ରାୟ ଉପସ୍ଥିତ ରହି ସମସ୍ତଙ୍କୁ ପୁରସ୍କୃତ କରିଥିଲେ।

Leave a Reply

Your email address will not be published. Required fields are marked *