
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭା ଗୃହରେ ଭଞ୍ଜନଗର ଜୟଶ୍ରୀ ହନୁମାନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ରବିବାର ରକ୍ତଦାନ ମହା ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରୁ ୯୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏହି ରକ୍ତଦାନ ଶିବିର ଉଦଘାଟନ କରିଥିଲେ ଏବଂ ସଂଗଠନ ସଭାପତି ଏ ମନୋଜ କୁମାରଙ୍କ ପରିଚାଳନା କରିଥିଲେ । ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ସିତାଂଶୁ ଶେଖର ଶତପଥୀ, ପରିଚାଳକ ବିଚିତ୍ର ପାଣିଗ୍ରାହୀ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ । ବହୁ ସ୍ବେଚ୍ଛାସେବୀ ଏହି ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ । ସଂଗଠନର ଶରତ ଚନ୍ଦ୍ର ମହାନ୍ତି, ଆର ବୁଟୁ, ବିଶ୍ବମ୍ବର ଜେନା, ଗୋପାଳ ଆଚାରି ଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।