ବାରବାଟୀରେ ଭାରତ-ଇଂଲଣ୍ଡ ଦ୍ବିତୀୟ ଏକଦିବସୀୟ କ୍ରିକେଟ୍: ଟିକେଟ୍ ପାଇଁ କାଉଣ୍ଟରରେ ପ୍ରବଳ ଭିଡ଼

କଟକ: ଆସନ୍ତା ୯ତାରିଖ ରବିବାର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ଏକଦିବସୀୟ କ୍ରିକେଟ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ) ପକ୍ଷରୁ ଅଫଲାଇନରେ ଟିକେଟ ବିକ୍ରି ଜାରି ରହିଛି। ଟିକେଟ କିଣିବା ଲାଗି କାଉଣ୍ଟରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ସେଠାରେ ଠେଲାପେଲା ବି ଦେଖିବାକୁ ମିଳିଛି। ଏଣେ ଟିକେଟ କିଣୁଥିବା ଲୋକଙ୍କ ପାଇଁ ଓସିଏ ପକ୍ଷରୁ ପାଣି ଭଳି ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।ମଙ୍ଗଳବାର ସଂଧ୍ୟା ସୁଦ୍ଧା ଓସିଏ ସହ ଅନୁବନ୍ଧିତ ୭୦ରୁ ଅଧିକ ଅନୁଷ୍ଠାନ ଏବଂ ଓସିଏ କର୍ମକର୍ତ୍ତାଙ୍କ ପାଇଁ ଟିକେଟ ବିକ୍ରି ସରିଯାଇଛି। ଏମାନଙ୍କ ଲାଗି ପାଖାପାଖି ୯ ହଜାର ଟିକେଟ ବିକ୍ରି ପାଇଁ ରହିଥିଲା। ୨ତାରିଖରେ ଅନ୍‌ଲାଇନରେ ୪ହଜାର ଟିକେଟ ବିକ୍ରି‌ ହୋଇଥିଲା। ଆଜିଠାରୁ ଦୁଇଦିନ ଧରି ଷ୍ଟାଡିୟମ କାଉଣ୍ଟର୍‌ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯାଉଛି। ବାରବାଟୀ ଷ୍ଟାଡିୟମ୍‌ର ଦର୍ଶକ କ୍ଷମତା‌ ୪୪୫୭୪ ରହିଥିବା ବେଳେ ସେଥିମଧ୍ୟରୁ ୨୪୬୯୨ ଟିକେଟ ବିକ୍ରି ପାଇଁ ରହିଥିଲା।ସୂଚନାଯୋଗ୍ୟ, ମଙ୍ଗଳବାର ସଂଧ୍ୟା ସୁଦ୍ଧା ଓସିଏ ସହ ଅନୁବନ୍ଧିତ ୭୦ରୁ ଅଧିକ ଅନୁଷ୍ଠାନ ଏବଂ ଓସିଏ କର୍ମକର୍ତ୍ତାଙ୍କ ପାଇଁ ଟିକେଟ ବିକ୍ରି ସରିଯାଇଛି। ଏମାନଙ୍କ ଲାଗି ପାଖାପାଖି ୯ ହଜାର ଟିକେଟ ବିକ୍ରି ପାଇଁ ରହିଥିଲା। ୨ତାରିଖରେ ଅନ୍‌ଲାଇନରେ ୪ହଜାର ଟିକେଟ ବିକ୍ରି‌ ହୋଇଥିଲା। ଆଜିଠାରୁ ଦୁଇଦିନ ଧରି ଷ୍ଟାଡିୟମ କାଉଣ୍ଟର୍‌ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯାଉଛି। ବାରବାଟୀ ଷ୍ଟାଡିୟମ୍‌ର ଦର୍ଶକ କ୍ଷମତା‌ ୪୪୫୭୪ ରହିଥିବା ବେଳେ ସେଥିମଧ୍ୟରୁ ୨୪୬୯୨ ଟିକେଟ ବିକ୍ରି ପାଇଁ ରହିଥିଲା।ଏଥିରୁ ଅନ୍‌ଲାଇନରେ ୪ହଜାର, ଅନୁବନ୍ଧିତ ଅନୁଷ୍ଠାନ ସମୂହ ପାଇଁ ପାଖାପାଖି ୯ ହଜାର ଟିକେଟ ଯିବା ପରେ ଅବଶିଷ୍ଟ ୧୧ହଜାର ୫ଶହରୁ ଅଧିକ ଟିକେଟ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟର୍‌ରେ ବିକ୍ରି କରାଯିବାକୁ ରହିଛି। ଏଥିପାଇଁ ବାରବାଟୀ ଷ୍ଟାଡିୟମ୍‌ ପାଖରେ ୪ଟି କାଉଣ୍ଟର୍‌ ଖୋଲିବା ବ୍ୟବସ୍ଥା କରାଯାଇଛି। ହର୍ସଗେଟ୍ ପାଖରେ ଗୋଟିଏ କାଉଣ୍ଟର୍‌ ଖୋଲିବ ଯେଉଁଠି କର୍ପୋରେଟ୍ ବକ୍ସ, ଏସିବକ୍ସ, ନ୍ୟୁ ପ୍ୟାଭିଲିୟନ, ସ୍ପେସାଲ ଏନ୍‌କ୍ଲୋଜର୍‌ ଭଳି ଦାମୀ ଟିକେଟ ବିକ୍ରି ହେବ। ଅବଶିଷ୍ଟ ୩ଟି କାଉଣ୍ଟର୍‌ ସଚିନ ତେନ୍ଦୁଲକର ହଲ୍ ପାଖ ଗେଟ୍ ନଂ-୧୩ ପାଖରେ ଖୋଲିଛି ।

ଏହି ତିନି କାଉଣ୍ଟର୍‌ରେ ବିଭିନ୍ନ ଗ୍ୟାଲେରି ଟିକେଟ ବିକ୍ରି କରାଯାଉଛି। ପୁଲିସର କଡ଼ା କଟକଣା ଓ ସିସି ଟିଭି ବ୍ୟବସ୍ଥାରେ ଟିକେଟ ବିକ୍ରି କରାଯିବ। ଟିକେଟ କିଣିବାବୁ ଆସିଥିବା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଓସିଏ ପକ୍ଷରୁ ପାନୀୟ ଜଳ ସମେତ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ ବାରବାଟୀ ଷ୍ଟାଡିୟମ୍‌ ପରିଦର୍ଶନ କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ବୁଧବାର କିପରି ଟିକେଟ ବିକ୍ରି ଶୃଙ୍ଖଳିତ ଭାବେ କରାଯିବ, ସେବିଷୟରେ ଓସିଏ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *