ଜଗନ୍ନାଥପ୍ରସାଦ : ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଜଗନ୍ନାଥପ୍ରସାଦ (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ସମେତ କିଛି ଅଭିଭାବକ ମଧ୍ୟ ଉପସ୍ଥିତ ଥିଲେ । ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଗତ ଦଶ ବର୍ଷ ହେଲା ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ଏବେ ଦଶମ ଶ୍ରେଣୀ ସରିଛି । ଉଚ୍ଚ ଶିକ୍ଷା ପାଇଁ ଆଗକୁ ବଢ଼ିବେ । ଛାତ୍ରଛାତ୍ରୀ ମାନେ ବିଭିନ୍ନ ଅନୁଭୂତି ବଖାଣି ବା ସହିତ ବିଦାୟ କଷ୍ଟ ଦାୟକ ବୋଲି ପ୍ରକାଶ କରିଥିଲେ । ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳମୟ କାମନା କରିବା ସହିତ ଭଲ ମଣିଷ ହୋଇ ଅଞ୍ଚଳ ଓ ସ୍କୁଲ ର ନାମ ଟେକ ରଖିବା ପାଇଁ ଗୁରୁଜନ ମାନେ ଉପଦେଶ ଦେଇଥିଲେ । ଏଥିରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ୱେତାଲିନା ସାମଲ, ବରିଷ୍ଠ ଶିକ୍ଷକ ଦେବେନ୍ଦ୍ର ପାଣିଗ୍ରାହୀ, ଶ୍ରୀକାନ୍ତ ସାହୁ, କୃପାସିନ୍ଧୁ ବେହେରା,ପ୍ରତିମାଶ୍ୱରୀ ନାଇକଙ୍କ ସମେତ ମନୋଜ ନାୟକ, ଧବଳେଶ୍ୱର ସାହୁ, କୃଷ୍ଣଚନ୍ଦ୍ର ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *