୨୧ ଫେବ୍ରୁଆରିରୁ ମାଟ୍ରିକ୍ ପରୀକ୍ଷା: ୩,୧୩୩ କେନ୍ଦ୍ରରେ ପରୀକ୍ଷା, ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା

ଭୁବନେଶ୍ବର: ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଫେବ୍ରୁଆରି ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ୩୦ ଜିଲ୍ଲାର ୩,୧୩୩ କେନ୍ଦ୍ରରେ ପରୀକ୍ଷା ହେବ। ମୋଟ ୫ ଲକ୍ଷ ୧୦ ହଜାର ୭୭୮ ପିଲା ପରୀକ୍ଷା ଦେବେ ବୋଲି ‌ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ ଗଣମାଧ୍ୟମକୁ କହିଛନ୍ତି।ଅନଲାଇନ୍ ଏବଂ ଅଫଲାଇନରେ ପିଲାଙ୍କୁ ଆଡମିଟ୍ କାର୍ଡ ଯୋଗାଇ ଦିଆଯିବ। ଫେବ୍ରୁଆରି ୧୦ରୁ ଅନଲାଇନ୍‌ରେ ଆଡମିଟ୍ କାର୍ଡ ବୋର୍ଡର ୱେବସାଇଟରେ ଉପଲବ୍ଧ ହେବ। ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି।ପରୀକ୍ଷାର୍ଥୀ ସକାଳ ସାଢ଼େ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ପରୀକ୍ଷା ପୂର୍ବାହ୍ନ ୯ଟାଠାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ହେବ।ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବ। ଫଳରେ ଯଦି ଏହା ଲିକ୍ ହୁଏ ତାହା କେଉଁ କେନ୍ଦ୍ରରୁ ହୋଇଛି ତାହା ସହଜରେ ଜଣାପଡ଼ିବ। ଫେବ୍ରୁଆରି ୧୨ରେ କେନ୍ଦ୍ରକୁ ପ୍ରଶ୍ନ ପଠାଯିବ ତାହା ୧୯ ଫେବ୍ରୁଆରି ସୁଦ୍ଧା କେନ୍ଦ୍ରରେ ପହଞ୍ଚିବ ।

ଚଳିତ ବର୍ଷ ସୁପରିଚାଳନା ପାଇଁ ୩୧୪ଟି ନୋଡାଲ ସେଣ୍ଟର କରାଯାଇଛି। ପରୀକ୍ଷା ପରେ ଖାତା ଦେଖା ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ବୋଲି ସଭାପତି ସୂଚନା ପ୍ରଦାନ କରିଛନ୍ତି। ପ୍ରତି ଜିଲ୍ଲାରେ ନୋଡାଲ ସେଣ୍ଟର କରାଯାଇଛି ।

Leave a Reply

Your email address will not be published. Required fields are marked *