ଆଗାମୀ ଦିନରେ ଶିକ୍ଷା ବିଭାଗ ନିଯୁକ୍ତିର ବଡ଼ ଧମାକା ହେବାକୁ ଯାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗୋଟିଏ ସରକାରୀ ଚାକିରି ପାଇବା ଏବେ ବହୁତ କଠିନ। ଏବେ ମଧ୍ୟ ସରକାରୀ ଚାକିରି ନିଯୁକ୍ତି କମ ଅଛି। ସାଧାରଣ ଲୋକ ସରକାରୀ କାର୍ଯ୍ୟାଳୟକୁ ଅନେକ ଆଶା ନେଇ ଆସନ୍ତି। ଯେଉଁ କର୍ମଚାରୀ ପାଖରେ ଏ କାମ ଥାଏ, ସେଥିପାଇଁ ସେ ବହୁତ ଆଶା ବାନ୍ଧି ଆସିଥାନ୍ତି। ତାହା ଏହା ଏବେ ଆପଣଙ୍କ ହାତରେ। ତାଙ୍କ କାମ କେମିତି ହେବ ସେ ନେଇ ଅନୁରୋଧ କରିବେ। ସେତେବେଳେ ଲୋକଙ୍କ ପାଇଁ କାମ କରିବା ଆପଣଙ୍କ ଶ୍ରେୟ ହେବ। ତୃଣମୂଳସ୍ତରର ସବୁ ଭାର ଏବେ ଆପଣଙ୍କ କାନ୍ଧରେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର କହିଛନ୍ତି ।

ସ୍ଥାନୀୟ ୟୁନିଟ୍‌-୩ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ନିଯୁକ୍ତି ସମାରୋହରେ ମୁଖ୍ୟ ଅତିଥି ଶ୍ରୀ ମାଝୀ କହିଛନ୍ତି, ଗତ ୭ ମାସରେ ନିଯୁକ୍ତି ପ୍ରକ୍ରିୟା ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି। ଲମ୍ବା ସମୟ ଧରି ୨୫ ବର୍ଷ ପାଖାପାଖି ଜନ ବିରୋଧୀ ଶାସନରେ ଆମେ ସରକାରୀ ଚାକିରି ଖୋଜୁଥିଲେ। ଆପଣ ଏବେ ଖୋଲା ହୃଦୟରେ କାମ କରିବାର ସୁଯୋଗ ଦିଆଯାଇଛି। ଲୋକଙ୍କ ଅନେକ ଆଶା ନୂଆ ସରକାର ପାଖରେ ରହିଛି। ଏହାକୁ ଆପଣମାନେ କାର୍ଯ୍ୟକାରୀ କରିବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଦେଶର ଉନ୍ନତି ପାଇଁ ୧୮ ଘଂଟାରୁ ଅଧିକ ସମୟ କାମ କରୁଛନ୍ତି। ସେ ଦେଶବାସୀଙ୍କ ସେବା କରୁଛନ୍ତି। ତାଙ୍କ ନେତୃତ୍ୱରେ ଓଡ଼ିଶା ସରକାର ନିରନ୍ତର କାମ କରୁଛନ୍ତି। ମୁଁ ନୂଆବର୍ଷରେ ନେଇଥିବା ସମୀକ୍ଷା ବୈଠକରେ ଖାଲି ଥିବା ପଦବି ପୂରଣ କହିଥିଲି। ନିର୍ବାଚନ ସମୟରେ ଆମେ ଘୋଷଣା ପତ୍ରରେ ସରକାରୀ କ୍ଷେତ୍ରରେ ୧ ଲକ୍ଷ ୫୦ ହଜାର ନିଯୁକ୍ତି କରାଯିବ ବୋଲି କହିଥିଲୁ। ଗତ ୭ ମାସ ଭିତରେ ୭ ଥର ନିଯୁକ୍ତି ମେଳାର ଆୟୋଜନ କରି ୨୬ ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି।ଆଜି ୯ ବିଭାଗରେ ୬୩୦୦ରୁ ଅଧିକ ନିଯୁକ୍ତି ଦିଆଯାଇଛି। ପ୍ରଥମ ୨ ବର୍ଷରେ ୬୫ ହଜରାରୁ ଅଧିକ ନିଯୁକ୍ତି ଦେବୁ। ରାଜ୍ୟରେ ଶିଳ୍ପାୟନର ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। କେବଳ ସରକାରୀ କ୍ଷେତ୍ରରେ ନୁହେଁ। ବେସରକାରୀ କ୍ଷେତ୍ରରେ ମଧ୍ୟ ୩ ଲକ୍ଷ ୫୦ ହଜାରର ଅଧିକ ଯୁବକ ଯୁବତୀଙ୍କ ନିଯୁକ୍ତି ପାଇଁ ଉତ୍କର୍ଷ ଓଡ଼ିଶାରେ ବ୍ୟବସ୍ଥା କରାଯାଇଛି। ଖୁବଶୀଘ୍ର ଓଡ଼ିଶା ଦେଶର ପଞ୍ଚମ ଅର୍ଥନୀତି ଭିତରେ ରହିବ। ଆଗାମୀ ଦିନରେ ସ୍ୱାସ୍ଥ୍ୟ ବିଭାଗର ସବୁ ଖାଲି ଥିବା ପଦବି ପୂରଣ ହେବ। -ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ଦିନରେ ଶିକ୍ଷା ବିଭାଗ ନିଯୁକ୍ତିର ବଡ଼ ଧମାକା ହେବାକୁ ଯାଉଛି। ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗକୁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଭଲ ଅଫିସର ହେବାକୁ ନବ ନିଯୁକ୍ତିଙ୍କୁ ପରାମର୍ଶ ଦେଇଛନ୍ତି। ଆମ ସରକାର ଭଲ ଲୋକଙ୍କୁ ପୁରସ୍କାର ଓ ଦୁର୍ନୀତି ଗସ୍ତ ଅଫିସରଙ୍କୁ ଛାଡିବେ ନାହିଁ। ଏବେ ଆପଣ ଦେଖୁଥିବେ ଜଣେ ଅଧିକାରୀଙ୍କ ଘରୁ ୨ କୋଟି ବାହାରିଲାଣି। ଦୁର୍ନୀତି ନିବାରଣ ବିଭାଗ ଏବେ ଆକ୍ଟିଭ ଅଛି। କେବେ କେଉଁଠି ପହଂଚିବେ କେହି ଜାଣି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *