‘ବୋଉ ବୁଟୁ ଭୂତ’ର ସୁଟିଂ ବେଳେ ଉତ୍ତମ ମହାନ୍ତି ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ବର: ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଭୁବନେଶ୍ବର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଖବର ମିଳିଛି। ବାବୁସାନ୍ ଫିଲ୍ମସର ନୂଆ ସିନେମା ‘ବୋଉ ବୁଟୁ ଭୂତ’ର ସୁଟିଂ ଚାଲିଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଉତ୍ତମ ମହାନ୍ତି। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତିନିଦିନ ହେଲା ଉତ୍ତମ ମହାନ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ଡାକ୍ତରଖାନାରେ ଭେଣ୍ଟିଲେଣ୍ଟରେ ରହିଛନ୍ତି | ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଉତ୍ତମ ମହାନ୍ତି ପତ୍ନୀ ଅପରାଜିତା ଓ ପୁଅ ବାବୁସାନଙ୍କ ସହ ଅଭିନୟ କରିଛନ୍ତି। ଏଥିରେ ଅର୍ଚ୍ଚିତା ନାୟିକା ଭୂମିକାରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *