ବାରବାଟୀ ଅଭିମୁଖେ ଦୁଇ ଦଳର ଖେଳାଳି: ଭୁବନେଶ୍ବରରୁ କଟକ, ରାସ୍ତାର ଦୁଇ ପାର୍ଶ୍ବରେ ଫ୍ୟାନଙ୍କ ଭିଡ…

ଭୁବନେଶ୍ବର: ବାରବାଟୀ ଅଭିମୁଖେ ଦୁଇ ଟିମ୍ । ଭୁବନେଶ୍ବର ମେ ଫେୟାର ହୋଟେଲରୁ ବାହାରିଲେ ଦୁଇଟି ଟିମ୍ । ବାରବାଟୀ ଅଭିମୁଖେ ଯାଉଛନ୍ତି ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଟିମ୍ । ପ୍ରଥମେ ହୋଟେଲରୁ ବାହାରି ବାରବାଟୀ ଅଭିମୁଖେ ବାହାରିଛନ୍ତି ଇଂଲଣ୍ଡର ଖେଳାଳି । ପରେ ପରେ ବାହାରିଲେ ଟିମ୍ ଇଣ୍ଡିଆର ଖେଳାଳି । ସେପଟେ ଦିନ ସାଢେ ଗୋଟାଏରେ ଖେଳାଯିବ ମ୍ୟାଚ୍ । ଦୁଇ ଦଳର ଖେଳାଳିଙ୍କୁ ଦେଖିବାକୁ ଭୁବନେଶ୍ବରରୁ କଟକ ମଧ୍ୟରେ ଥିବା ରାସ୍ତା କଡରେ କ୍ରିକେଟ୍ ପ୍ରେମୀଙ୍କ ଭିଡ । ଶୁଭୁଛି ଇଣ୍ଡିଆ… ଇଣ୍ଡିଆ ନାରା… ଟିମ୍ ଇଣ୍ଡିଆର ଖେଳାଳିଙ୍କ ଝଲକ ପାଇବା ପାଇଁ ଲାଗିଛି ଭିଡ । ସ୍ବତନ୍ତ୍ର ବସରେ ବିରାଟ କୋହଲି, ରୋହିତ ଶର୍ମାଙ୍କ ସମେତ ବଡ ବଡ ଖେଳାଳି କଟର ଅଭିମୁଖେ ବାହାରିଛନ୍ତି । ତେବେ ପାଞ୍ଚବର୍ଷର ପ୍ରତୀକ୍ଷା ପରେ ବାରବାଟୀକୁ ଏକଦିବସୀୟ କ୍ରିକେଟ୍‌ ଫେରିଥିବାରୁ ଦର୍ଶକଙ୍କ ଠାରୁ ଆରମ୍ଭ କରି ଖେଳାଳି ସମସ୍ତେ ଉତ୍ସାହିତ ଅଛନ୍ତି । ପଡିଆରେ ଛକା, ଚୌକା ବର୍ଷା ନେଇ ସମସ୍ତେ ଆଶାବାଦୀ ଅଛନ୍ତି । ରୋହିତ ଏବଂ ବିରାଟଙ୍କ ବ୍ୟାଟରୁ ରନ୍ ବର୍ଷା ନେଇ ସମସ୍ତେ ଆଶାବାଦୀ ।

Leave a Reply

Your email address will not be published. Required fields are marked *